କନକ ବ୍ୟୁରୋ:  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆଉ ଦୁଇ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା । ଏହାର ପ୍ରଭାବରେ ଭୀଷଣ ବର୍ଷା ଆଶଙ୍କା ରହିଛି । ଯାହାକୁ ନେଇ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରିଛି ।

Advertisment

ଜୁନ ୧ ଯାଏ ସାରା ରାଜ୍ୟରେ ବଜ୍ରପାତ ଓ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଏହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ବର୍ଷା ପୂର୍ବରୁ ପ୍ରତିଷେଧକ ପଦକ୍ଷେପ ନେବାକୁ ଚିଠି ଲେଖି ଜଣାଇଛନ୍ତି ଏସ୍‌ଆର୍‌ସି। 
 
ଅରେଞ୍ଜ, ୟେଲୋ ୱାର୍ଣ୍ଣିଂ ଥିଲେ ବେଶୀ ସତର୍କ
ପ୍ରାଶାସନିକ ପ୍ରସ୍ତୁତିକୁ ଅଧିକ ଫୋକସ୍‌ କର
ପାଣିପାଗ ଉପରେ ନଜର ରଖିବାକୁ ପରାମର୍ଶ
ଘଡ଼ଘଡ଼ି, ବିଜୁଳି ମାରିଲେ ଘରେ ରୁହନ୍ତୁ
ବର୍ଷା ସମୟରେ ବାହାରକୁ ଯାଆନ୍ତୁ ନାହିଁ
ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଆନ୍ତୁନି
ବର୍ଷାଜନିତ କ୍ଷୟକ୍ଷତି ହେଲେ ଆକଳନ କର
ବଜ୍ରାଘାତଜନିତ କ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ