କନକ ବ୍ୟୁରୋ: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ । ସକ୍ରିୟ ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ । ପ୍ରଭାବରେ ଆଜିଠୁ ୨୮ଟି ଜିଲ୍ଲାକୁ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶେଷ କରି ଦକ୍ଷିଣ ଓଡ଼ିଶାର ଜିଲ୍ଲା କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷାର ନେଇ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି ।
ସେହିପରି କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ନବରଙ୍ଗପୁର ଓ ନୂଆପଡ଼ାରେ ଭାରୀ ବର୍ଷାର ଆଶଙ୍କା ରହିଛି। ଆସନ୍ତାକାଲି ପାଇଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ନବରଙ୍ଗପୁର ଜିଲ୍ଳାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ସେପଟେ ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଟୁଇନ୍ ସିଟିରେ ବି ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ପାଇଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସେହିପରି ଲଗାଣ ବର୍ଷାରେ ବାଲେଶ୍ବରରେ ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ଫଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ରାସ୍ତା ଘାଟ, ମେଡିକାଲ ପରିସରରେ ଭରି ରହିଛି ପାଣି । ନାଳରେ ବର୍ଷା ପାଣି ପ୍ରବାହିତ ହେବା ଦ୍ବାରା ରାସ୍ତା ଉପରେ ପାଣିର ସୁଅ ଚାଲିଛି ।