କନକ ବ୍ୟୁରୋ: ଅଲମ୍ପିକ୍ସ ପଦକ ବିଜୟିନୀ ଲଭଲିନା ବୋର୍ଗୋହେଁ ଓ ଦୁଇ ଥର ବିଶ୍ବ ଚାମ୍ପିୟନ ହୋଇଥିବା ନିଖଟ୍ ଜରିନ୍ ଏସୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ୨୦ ଜଣିଆ ଭାରତୀୟ ଦଳର ନେତୃତ୍ବ ନେବେ । ଏହି ପ୍ରତିଯୋଗିତା ମାର୍ଚ୍ଚ ୨୮ରୁ ଏପ୍ରିଲ ୧୧ ପର୍ଯ୍ୟନ୍ତ ମଙ୍ଗୋଲିଆରେ ଅନୁଷ୍ଠିତ ହେବ । ଗତ ଜାନୁଆରିରେ ହୋଇଥିବା ଜାତୀୟ ପ୍ରିତଯୋଗିତା ଓ ତା’ପରେ ପଟିଆଲାରେ ଅନୁଷ୍ଠିତ ଜାତୀୟ ଶିବିରରେ ପ୍ରତିଯୋଗୀଙ୍କ ବ୍ୟାପକ ମୂଲ୍ୟାଙ୍କନ ପରେ ଏହି ୨୦ ଜଣିଆ ଦ​ଳ ଚୟନ କରାଯାଇଛି । ଏସୀୟ ପ୍ରତିଯୋଗିତାକୁ ବିଶେଷ ଗୁରୁତ୍ବ ଦିଆଯାଉଛି କାରଣ ଏହାର ଫାଇନାଲିଷ୍ଟମାନେ ନିଜ ନିଜ ବର୍ଗରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ା ପାଇଁ ସିଧାସଳଖ ପ୍ରବେଶ ପାଇବେ ।
ଏହା ବି ପଢ଼ନ୍ତୁ: ରବିବାର ବଡ଼ ଲଢ଼େଇ, ଇଡେନ୍ରେ ଭାରତ-ଇଣ୍ଡିଜ୍ ଟକ୍କର
ଭାରତୀୟ ଦଳରେ ଉଭୟ ଅଭିଜ୍ଞ ଓ ନବାଗତମାନଙ୍କ ମିଶ୍ରଣ ରହିଛି । ମହିଳା ପ୍ରତିଯୋେଗୀମାନଙ୍କ ମଧ୍ୟରୁ ଲଭଲିନା ୭୫ କିଲୋଗ୍ରାମ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବାବେଳେ ପ୍ରୀତି ୫୪ କିଲୋଗ୍ରାମ ବର୍ଗରେ, ଅରୁନ୍ଧତୀ ଚୌଧୁରାୀ ୭୦ କିଲୋଗ୍ରାମ, ନିଖଟ୍ ଜରିନ୍ ୫୧ କିଲୋଗ୍ରାମ ବର୍ଗରେ, ଅଙ୍କୁସିତା ବୋରୋ ୬୫ କିଲୋଗ୍ରାମ୍ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବେ । ସେହିପରି ପୁରୁଷ ଦଳରେ ନେତୃତ୍ବ କରିବେ ବୋକ୍ସାମ ପ୍ରତିଯୋଗିତାରେ ସ୍ବର୍ଣ୍ଣ ବିଜୟୀ ସଚିନ । ସେ ୬୦ କିଲୋଗ୍ରାମ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବେ । ପୁରୁଷ ବର୍ଗରେ ଅନ୍ୟ ପ୍ରତିଯୋଗୀମାନେ ହେଲେ ଆକାଶ (୭୫ କିଲୋଗ୍ରାମ) ଦିପକ୍ (୭୦ କିଲୋଗ୍ରାମ) ଓ ଯଦୁମଣି ସିଂ ( ୫୫ କିଲୋଗ୍ରାମ୍) ।
Follow Us