କନକ ବ୍ୟୁରୋ :  କର୍ଣ୍ଣାଟକ ମହୀଶୁରରୁ ଆସିଛି ଲୋମହର୍ଷଣକାରୀ ହତ୍ୟା ମାମଲା । ପ୍ରେମିକାର ମୁହଁରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରାଇ ହତ୍ୟା କରିଛି ପ୍ରେମିକ । ଯଦି ପୂରା ଘଟଣାକୁ ଶୁଣିବେ ତେବେ ଆପଣଙ୍କ ମନ ମଧ୍ୟ ଆନ୍ଦୋଳିତ ହୋଇଯିବ । କେରଳର ୨୦ବର୍ଷ ବୟସର ଜଣେ ବିବାହିତା ମହିଳାଙ୍କ ସହ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ସୁନାଗହଣା ନେଇ ୨ବର୍ଷର ପୁଅକୁ ସହ ଶାଶୁ ଘରୁ ଛାଡି ଆସିଥିଲେ କେରଳର ଦର୍ଶିତା । କିଛି ଦିନ ରହିବା ପରେ ପୁଅକୁ ମାବାପାଙ୍କ ନିକଟରେ ଛାଡି ପ୍ରେମିକ ସହ କର୍ଣ୍ଣାଟକୁ ଚାଲିଆସିଥିଲେ । ତେବେ ଲଜରେ ରହିବା ସମୟରେ ଦର୍ଶିତା ଓ ସିଦ୍ଧୁରାଜୁଙ୍କ ମଧ୍ୟରେ ଝଗଡା ହୋଇଥଲା ଓ ପରବର୍ତ୍ତୀ ସମୟରେ ହାତଗୋଡ ବାନ୍ଧି ଦର୍ଶିତାଙ୍କ ମୁହଁରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରି ହତ୍ୟା କରିଛି ଅଭିଯୁକ୍ତ  । ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ମୋବାଇଲ ବିସ୍ଫୋରଣରେ ଦର୍ଶିତାଙ୍କ ମୃତ୍ୟୁ ହୋଇଥିବା ହୋଟେଲ ଷ୍ଟାପଙ୍କୁ କହିଥଲେ ସିଦ୍ଧୁରାଜୁ । ତେବେ ଫୋରେନ୍ସିକ ଟିମ କିଛି ପ୍ରମାଣ ହାତେଇଥିଲେ ଓ ଜେରା ପରେ ଅଭିଯୁକ୍ତ ସତ ସ୍ବିକାର କରିଛି ।