କନକ ବ୍ୟୁରୋ: ରେଳଧାରଣାର ମୃତ୍ୟ ରହସ୍ୟ। ଏହା ଆତ୍ମହତ୍ୟା ନା ହତ୍ୟା। ଜାଣିବା ପାଇଁ ପୁଲିସ କାରଣ ଖୋଜୁଛି। ସେପଟେ କନକ ନ୍ୟୁଜ ବିସ୍ଫୋରକ ବୟାନ ଦେଇଛନ୍ତି ମୃତ ଯୁବକଙ୍କ ପ୍ରେମିକା। ଅନଲାଇନ୍ ଗେମ୍ ଖେଳି ପ୍ରେମିକାଙ୍କ ଲକ୍ଷାଧିକ ଟଙ୍କା ଉଡ଼ାଇ ଦେଇଥିଲେ ନିରଂଜନ। ଏକଥା ପଚାରିବାରୁ ଦୁହିଁ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ। ଝଗଡ଼ାର ପର ଦିନ ଟ୍ରେନ୍ ଟ୍ରାକରୁ ମିଳିଛି ମୃତଦେହ। ତେଣୁ ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୁଲିସ।
ରେଳ ଧାରଣାରୁ ମିଳିଥିବା ମୃତ ଦେହ ପଛରେ ରହିଛି ଏକ ବଡ଼ ଷଡ଼ଯନ୍ତ୍ର ଓ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଘଟଣାସ୍ଥଳରେ ପୁଲିସର ଛାନଭିନ । ମୃତକ ହେଲେ ୨୩ ବର୍ଷୀୟ ନିରଞ୍ଜନ ସାହୁ। ଡୁମଡୁମା, ସରକନ୍ତରା, ସୁବାସ ନଗର ବସ୍ତି ସ୍ଥିତ ନିଜ ପ୍ରେମିକାଙ୍କ ଘରେ ରହୁଥିଲେ। ହେଲେ ଆଜି ସରକନ୍ତରା ଗେଟ ନିକଟ ରେଳ ଧାରଣାରେ ମିଳିଥିଲା ନିରଞ୍ଜନଙ୍କ ମୃତଦେହ। ପରିବାର ଲୋକେ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି। ଝିଅଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେପଟେ ଅଭିଯୋଗ ପରେ ମୁହଁ ଖୋଲିଲେ ନିରଞ୍ଜନଙ୍କ ବାନ୍ଧବୀ। ତାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଅନଲାଇନ୍ ଗେମିଂରେ ହରାଇଥିବା ଅଭିଯୋଗ କରିଛନ୍ତି ବାନ୍ଧବୀ।
ନିରଞ୍ଜନ ସାହୁ। ବୟସ ୨୩ ବର୍ଷ। ନିଜ ପରିବାର ସହ ଖଣ୍ଡଗିରି ଥାନା ଅଧିନ ସୁବାସ ନଗର ବସ୍ତିରେ ରୁହନ୍ତି। ଗୁରୁବାର ସକାଳୁ ସରକନ୍ତରା ରେଳ ଧାରଣାରୁ ମିଳିଲା ନିରଞ୍ଜନଙ୍କ ମୃତଦେହ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଗଲା। ହତ୍ୟା ନା ଆତ୍ମହତ୍ୟା ସେନେଇ ଖୋଳତାଡ ଆରମ୍ଭ କଲା ପୁଲିସ। ପରିବାର ଲୋକଙ୍କ ଅଭିଯୋଗ, ନିରଞ୍ଜନଙ୍କୁ ତାଙ୍କ ପ୍ରେମିକା ଓ ପରିବାର ମିଶି ହତ୍ୟା କରିଛନ୍ତି। ସେପଟେ ପ୍ରେମିକାଙ୍କ ବିସ୍ଫୋରକ ବୟାନ ପୁରା ଘଟଣାର ମୋଡ ବଦଳାଇ ଦେଲା। ନିରଞ୍ଜନ ଓ ତାଙ୍କ ପ୍ରେମିକା ଆଗକୁ ବିବାହ କରିଥାନ୍ତେ। ସେନେଇ ଗୋଆର ହୋଟେଲରେ କାମ କରୁଥିବା ପ୍ରେମିକା ଜଣକ ତାଙ୍କ ଆକାଉଣ୍ଟରେ ପାଖାପାଖି ୪ ଲକ୍ଷ ଟଙ୍କା ରଖିଥିଲେ। ଯାହାର ଏଟିଏମ କାର୍ଡ ଥିଲା ନିରଞ୍ଜନ ପାଖରେ। ହଠାତ୍ ବ୍ୟାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାଏବ ଦେଖି ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ ପ୍ରେମିକା। ଯାହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଜଣା ପଡିଥିଲା ପ୍ରେମିକା ବିଶ୍ୱାସରେ ବିଷ ଦେଇ ସବୁ ଟଙ୍କା ଅନଲାଇନ୍ ଗେମିଙ୍ଗରେ ହରାଇ ଦେଇଥିଲା ନିରଞ୍ଜନ।
ସେପଟେ ଗଣ୍ଡଗୋଳର କିଛି ଘଂଟା ପରେ, ଅର୍ଥାତ ସାକାଳୁ ସକାଳୁ ମୃତ ଦେହ ମିଳିବାକୁ ନେଇ ସନ୍ଦେହ ବଢିଲା। କାହିଁକି କେମିତି ଏବଂ କଣ ପାଇଁ ନିରଞ୍ଜନଙ୍କ ଅକସ୍ମାତ ମୃତ୍ୟୁ ହେଲା ସେନେଇ ସନ୍ଦେହ ବଢୁଛି। ଯାହାକ ନେଇ ପୁଲିସ ଏବେ ଖୋଳତାଡ ଆରମ୍ଭ କରିଛି। ଶବ ବ୍ୟବଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଥିବା ବେଳେ, ଏହା ଏକ ଆତ୍ମହତ୍ୟା ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି।
ଜୀବନ ଦେଇ ଉଭୟ ଉଭୟଙ୍କୁ ଭଲ ପାଇଥିଲେ। ସାରା ଜୀବନ ସାଥୀ ହୋଇ ରହିବାର ପ୍ରତିଶ୍ରୁତି ଦେଇଥିଲେ। ସ୍ୱପ୍ନ ସାକାର କରିବା ପାଇଁ ଦିନ ରାତି ଏକ କରି ପ୍ରେମିକା ଜଣକ ଗୋଟି ଗୋଟି କରି ଟଙ୍କା ସାଇତି ରଖିଥିଲେ । ହେଲେ ଜୁଆ ଖେଳିବାର ସଉକ ସବୁ କିଛି ଚୁରମାର କରିଦେଲା। ଟଙ୍କା ହାରିବା ଲଜ୍ଜାରେ ନିଜ ଜୀବନ ହାରି ଦେଲା ପ୍ରେମିକ।