କନକ ବ୍ୟୁରୋ : ଗତ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପାଇଥିବା ଗଞ୍ଜାମ ବିକାଶର ଚିତ୍ର ଆପଣଙ୍କୁ ଚକିତ କରିଦେବ ।  ନିର୍ବାଚନ ସମୟରେ ପ୍ରସଙ୍ଗ ପାଲଟିବା ପୂର୍ବରୁ ନୂଆ ନୂଆ ଘୋଷଣା କରନ୍ତି ସରକାର ।  ଆଉ ଘୋଷଣା ଓ ଭାଷଣରେ ବର୍ଷ ବର୍ଷ ଧରି ପେଷି ହୋଇ ଚାଲନ୍ତି ବ୍ରହ୍ମପୁରବାସୀ । ଏପରିକି ନିକଟରେ ସରକାର ଘୋଷଣା କରିଥିବା ରିଙ୍ଗରୋଡ କାମ ୭ ବର୍ଷ ଓ ଆନ୍ତରାଜ୍ୟ ବସ ଟର୍ମିନାଲ ୯ ବର୍ଷ ହେଲା ସରିବାର ନାଁ ଧରୁନି । ଯାହାକୁ ନେଇ ବ୍ରହ୍ମପୁରବାସୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Advertisment

ସେପଟେ ଏହାକୁ ନେଇ ରାଜନୀତି ଜୋର ଧରିଛି । ପୂର୍ବ ସରକାରକୁ ଦାୟୀ କରି ବିଜେଡିକୁ ଘେରିଛି ବିଜେପି । ବିଜେଡି ବି ଏହାର ଜବାବ ଦେଇଛି । ତେଣେ ଆସନ୍ତା ସେପ୍ଟେମ୍ବର ୨ ରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ବିମାନବନ୍ଦର ଉନ୍ନୟନର ସମୀକ୍ଷା କରିବେ ବୋଲି କହିଛନ୍ତି ।

ନିର୍ବାଚନରେ ନେତା ବାଛନ୍ତି ବ୍ରହ୍ମପୁରବାସୀ । ଆଶା ଥାଏ, ନିର୍ବାଚନ ପରେ ସେମାନଙ୍କ ସମସ୍ୟା ଶୁଣିବେ ସରକାର । ହେଲେ ପ୍ରତିଥର ଜନତା ଠକି ଯାଆନ୍ତି ।