କନକ ବ୍ୟୁରୋ : ମିଳିଗଲା ହଜିଲା ଗାଡି । ଥାନାରେ ରଖିଦିଆଯାଇଛି ଚୋରି ଗାଡି ଆଉ ତା ସାଙ୍ଗକୁ ମିଳିଛି ଏକ ଚିଠି । ସବୁଠୁ ଆଶ୍ଚର୍ଯ୍ୟକଥା ଲୁଟେରା ନୁହେଁ ଲୁଟରାଙ୍କ ବାପା ଗାଡି ରଖିଥିବା କଥା କହିବା ସହ ନିଜେ ଚିଠି ମାଧ୍ୟମରେ ଭୂଲ୍ ମାଗିଛନ୍ତି । ତାଙ୍କ ପୁଅକୁ କିଛି ନ କରିବାକୁ ଉକ୍ତ ଚିଠିରେ ବାପା ଅନୁରୋଧ କରିଛନ୍ତି। ହେଲେ ଥାନାରେ ଲାଗିଥିବା ସିସିଟିଭିରେ କିଛି ରେକର୍ଡ ନଥିବା ଜଣାପଡିଛି ।
ଉଦଳା ବୈରାଟପୁରରେ କିଛି ଦିନ ତଳେ ବାହାଘର ଚାଲିଥିବା ବେଳେ କ୍ୟାମେରା ମ୍ୟାନ ସାଜି ବାଇକ୍ ଚୋରି କରିଥିଲା ଲୁଟେରା । ହଠାତ ଗତକାଲି ରାତିରେ ଲୁଟେରା ଜଣକ ଲୁଟ ବାଇକ କୁ ଆଣି ଥାନାରେ ଛାଡି ଦେଇ ଯାଇଥିଲା। ଲୁଟ ବାଇକ ମିଳିବା ଖବର ଶୁଣିବା ପରେ ଥାନାରେ ପହଞ୍ଚିଥିଲେ ବାଇକ ମାଲିକ । ହେଲେ କିଏ ଏବଂ କେତେବେଳେ ଆଣି ବାଇକ ଥାନାରେ ରଖିଦେଇ ଗଲା ତାହାର କୌଣସି ଖୋଜ ଖବର ମିଳିପାରିନି । ଏପରିକି ଥାନାରେ ଲାଗିଥିବା ସିସିଟିଭିରେ ମଧ୍ୟ ଲୁଟେରାଙ୍କ ଫୋଟ ଏବଂ ଉକ୍ତ ସମୟର ଘଟଣା କଏଦ ହୋଇ ନଥିବା ଜଣାପଡିଛି ।