କନକ ବ୍ୟୁରୋ : ୧୯୯୮ରୁ ୨୦୨୫, ଦୀର୍ଘ ୨୭ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରୁଛି ବିଜେପି। ୧୧ ବର୍ଷ ନିଷ୍କଣ୍ଟକ ଭାବେ ସରକାର ଚଳାଇବା ସତ୍ତ୍ବେ ପରାଜୟର ସ୍ବାଦ ଚାଖୁଛି ଆମ୍ ଆଦମୀ ପାର୍ଟି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ମନୀଷ ସିଶୋଦିଆ, ସତୈନ୍ଦ୍ର ଜୈନଙ୍କ ଭଳି ଦଳର ବଡ଼ ବଡ଼ ନେତା ଶୋଚନୀୟ ଭାବେ ପରାସ୍ତ ହୋଇଛନ୍ତି। ପୂର୍ବ ୩ଟି ନିର୍ବାନରେ ବମ୍ପର ବିଜୟ ସହ ଦିଲ୍ଲୀ ଦଖଲ କରିଥିଲା ଆପ୍। ତେବେ ଚଳିତ ନିର୍ବାଚନରେ କିଛି ପ୍ରମୁଖ କାରଣ ଯୋଗୁଁ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଜାଣନ୍ତୁ ଆପ୍ ପରାଜୟ ପଛର ଫ୍ୟାକ୍ଟର କଣ
ପରାଜୟ ପଛର ପାଞ୍ଚ ଫ୍ୟାକ୍ଟର
ମଦ ଦୁର୍ନୀତି
ଆପ୍ ସରକାର ପାଇଁ କାଳ ସାଜିଲା ମଦ ଦୁର୍ନୀତି
ଗିରଫ ହୋଇ ଜେଲ ଯାଇଥିଲେ ଅରବିନ୍ଦ କେଜ୍ରିୱାଲ
ସଞ୍ଜୟ ସିଂ, ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ବି ହୋଇଥିଲେ ଗିରଫ
ଶୀଶମହଲ
ଶୀଶମହଲ ପ୍ରସଙ୍ଗରେ ବ୍ୟାକଫୁଟରେ ରହିଲା ଦଳ
ପୁନଃନିର୍ମାଣରେ ଦୁର୍ନୀତି ଅଭିଯୋଗ ଆଣିଥିଲା ବିଜେପି
ଖରାପ ହୋଇଥିଲା କେଜ୍ରିୱାଲଙ୍କ ‘ଇମାନଦାର’ର ଛବି
ଯମୁନା ପ୍ରଦୂଷଣ
ଆପକୁ ଭସାଇଦେଲା ଯମୁନା ପାଣି
ବୁମେରାଂ ହେଲା ନଦୀ ପ୍ରଦୂଷଣ ଅଭିଯୋଗ
ବିରୋଧୀଙ୍କ ସହ ମୁଖ୍ୟ ନିର୍ବାଚନ କମିଶନ ବି କରିଥିଲେ ଟାର୍ଗେଟ
ସରକାର ବିରୋଧୀ ହାୱା
ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନରେ ଫେଲ୍ ହେଲା ଦଳ
ଦିଲ୍ଲୀବାସୀଙ୍କୁ ବ୍ୟଥିତ କରିଥିଲା ବାୟୁ ପ୍ରଦୂଷଣ
ମାଗଣା ପାଣି ଓ ବିଜୁଳି ଯୋଗାଇବାରେ ଆପ୍ ହେଲା ବିଫଳ
ମାଗଣା ଯୋଜନା
ମାଗଣା ଯୋଜନା ଘୋଷଣାରେ ପଛରେ ରହିଲା ଆପ୍
କାମ ଦେଲାନି ଭୋଟ୍ ଟାଣିବାକୁ ଲୋଭନୀୟ ପ୍ରତିଶ୍ରୁତି
ଆକୃଷ୍ଟ କରିପାରିଲା ନାହିଁ ବିଭିନ୍ନ ବର୍ଗ ପାଇଁ ଉଦ୍ଦିଷ୍ଟ ଯୋଜନା
ଦଳୀୟ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ହେଉ କି ଶେଷ ସମୟରେ ମନ୍ତ୍ରୀ, ବିଧାୟକଙ୍କ ଦଳ ତ୍ୟାଗ ମଧ୍ୟ ଆପକୁ ପରାଜୟର ମୁହଁ ଦେଖାଇଥିବା ଚର୍ଚ୍ଚା ହେଉଛି।