ଅଲିମ୍ପିକ୍ସରେ କ୍ରିକେଟ୍‌କୁ ନେଇ ଆସିଲା ନିୟମ, ଅଂଶଗ୍ରହଣ କରିପାରିବେ ୬ଟି ଦଳ

ପୁରୁଷ ଓ ମହିଳା ଦଳ ଭିତରୁ କୌଣସି ଗୋଟିଏ ଦଳ ନେଇପାରେ ଭାଗ । ଲସ୍ ଏଞ୍ଜେଲସରେ ଟି-୨୦ ଫର୍‌ମାର୍ଟରେ ଖେଳାଯିବ ମ୍ୟାଚ ।

୧୨୮ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ

୧୨୮ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ Photograph: (kanakNews)

କନକ ବ୍ୟୁରୋ: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇଛି । ୧୯୦୦ ମସିହାରେ ଶେଷଥର ପାଇଁ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯାଇଥିଲା । ୨୦୨୮ ଅଲିମ୍ପିକ୍ସ  ଲସ୍ ଏଞ୍ଜେଲସରେ ଟି-୨୦ ଫର୍‌ମାର୍ଟରେ ଖେଳାଯିବ । ସବୁଠାରୁ ବଡ କଥା ହେଉଛି, ସୂଚନା ଅନୁସାରେ ପୁରୁଷ କ୍ରିକେଟ ହେଉ କି ମହିଳା କ୍ରିକେଟ, ବିଶ୍ୱର କେବଳ ୬ ଟି କ୍ରିକେଟ ଦଳ ୨୦୨୮ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ।  ଅଲିମ୍ପିକ୍ସରେ କ୍ରିକେଟ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ନିୟମ ପ୍ରସ୍ତୁତ କରିଛି ।

ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ୯୦ ଜଣ ଖେଳାଳିଙ୍କୁ ପ୍ରସ୍ତୁତ କରାଯାଇଛି । ଏପରି ପରିସ୍ଥିତିରେ, କେବଳ ୬ଟି ଦଳ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ, ଯେଉଁଥିରେ ପ୍ରତ୍ୟେକ ଦଳରେ ୧୫ ଜଣ ଖେଳାଳିଙ୍କୁ ରଖାଯିବ । ପୁରୁଷ ବା ମହିଳା ଦଳଙ୍କୁ ସ୍ଥାନ ମିଳିଲେ ରାକିଙ୍ଗ ଅନୁସାରେ ଚୟନ କରାଯିବ କିନ୍ତୁ ଆମେରିକାକୁ -ଡାଇରେକ୍ଟ ଏଣ୍ଟ୍ରି ମିଳିବ କାରଣ ଅଲିମ୍ପିକ୍ସ ଆମେରିକାରେ ହେଉଛି ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe