ଆଜି ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି । ଭକ୍ତଙ୍କୁ ଦର୍ଶନ ଦେବା ସହ ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବେ ।
ବଡ଼ଦାଣ୍ଡରେ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ । ପ୍ରଥମେ ଶୂନ୍ୟ ପହଣ୍ଡିରେ ପ୍ରଭୁ ଶ୍ରୀସୁଦର୍ଶନ ଆସିଛନ୍ତି । ରଥାରୂଢ଼ ପରେ ଦେବଦଳନ ରଥରେ ସ୍ଥାପନା ହେଲେ ଶ୍ରୀସୁଦର୍ଶନ ।
ଘଣ୍ଟ ଓ ଶଙ୍ଖର ଶବ୍ଦରେ ଶ୍ରୀମନ୍ଦିର ପରିସର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ଶ୍ରୀସୁଦର୍ଶନ ରଥ ଉପରେ ବିଜେ କରିସାରିଛନ୍ତି ।
ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା ।
ଶୂନ୍ୟ ପହଣ୍ଡିରେ ନୀତିରେ ସେବାୟତମାନେ ପ୍ରଭୁ ଶ୍ରୀସୁଦର୍ଶନଙ୍କୁ ରଥକୁ ଘେନି ଆସିଛନ୍ତି ।
ମସ୍ତ ନୀତିକାନ୍ତିରେ ଚାଲିଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ।
Follow Us