ଶିବରାତ୍ରୀରେ ରାତି ୧୦ଟାରେ ଉଠିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ; ସୁରକ୍ଷାରେ ରହିବେ ୩୫ ପ୍ଲାଟୁନ ପୋଲିସ

 ଶିବରାତ୍ରୀ ଦିନ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ ।  ନୀତିକାନ୍ତି ଠିକ କରିବାକୁ ସେବାୟତଙ୍କୁ ନିର୍ଦ୍ଦେଶ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ଲୁ ପ୍ରିଂଟ । ସୁରକ୍ଷା ପାଇଁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ ।

Jay Sri Lingaraj

Jay Sri Lingaraj Photograph: (KanakNews)

କନକ ବ୍ୟୁରୋ: ଜାଗର ପାଇଁ ସରିଲା ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସ୍ତୁତି ବୈଠକ । ରାତି ୧୦ଟାରେ ଉଠିବ ମହାଦୀପ । ମହାଶିବରାତ୍ରି ଆୟୋଜନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।  

ବୈଠକରେ ସମସ୍ତ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । ଠିକ ସମୟରେ କିପରି ଭାବେ ଦୀପ ଉଠିବ ସମସ୍ତ ନୀତିକାନ୍ତି ସୁଚାରୁ ରୁପେ ହେବ ସେ ନେଇ ସେବାୟତ ମାନକୁ କୁହାଯାଇଛି । ଭକ୍ତ କିଭଳି ସୁରୁଖୁରୁରେ ଦର୍ଶନ କରିବେ ଏବଂ ଦୀପ ଜାଳିବେ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁପରିଚଳନ ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦୦ ରୁ ଉର୍ଧ୍ଵ ଅଧିକାରୀ ନିୟୋଜିତ ହେବେ ବୋଲି ପୋଲିସ କମିଶନର କହିଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସେପଟେ ପ୍ରସ୍ତୁତି ବୈଠକରେ କିଛି ନିଯୋଗ ଉପସ୍ଥିତ ନଥିବାରୁ  ସେମାନେ ସୁରୁଖୁରେ ଜାଗର ନୀତି ସମ୍ପନ୍ନ କରିବା ପାଇଁ ଅନୁରୋଧ କରିଛନ୍ତି ବିଧାୟକ ବାବୁ ସିଂ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe