କନକ ବ୍ୟୁରୋ: ଜାଗର ପାଇଁ ସରିଲା ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସ୍ତୁତି ବୈଠକ । ରାତି ୧୦ଟାରେ ଉଠିବ ମହାଦୀପ । ମହାଶିବରାତ୍ରି ଆୟୋଜନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ବୈଠକରେ ସମସ୍ତ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । ଠିକ ସମୟରେ କିପରି ଭାବେ ଦୀପ ଉଠିବ ସମସ୍ତ ନୀତିକାନ୍ତି ସୁଚାରୁ ରୁପେ ହେବ ସେ ନେଇ ସେବାୟତ ମାନକୁ କୁହାଯାଇଛି । ଭକ୍ତ କିଭଳି ସୁରୁଖୁରୁରେ ଦର୍ଶନ କରିବେ ଏବଂ ଦୀପ ଜାଳିବେ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁପରିଚଳନ ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦୦ ରୁ ଉର୍ଧ୍ଵ ଅଧିକାରୀ ନିୟୋଜିତ ହେବେ ବୋଲି ପୋଲିସ କମିଶନର କହିଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସେପଟେ ପ୍ରସ୍ତୁତି ବୈଠକରେ କିଛି ନିଯୋଗ ଉପସ୍ଥିତ ନଥିବାରୁ ସେମାନେ ସୁରୁଖୁରେ ଜାଗର ନୀତି ସମ୍ପନ୍ନ କରିବା ପାଇଁ ଅନୁରୋଧ କରିଛନ୍ତି ବିଧାୟକ ବାବୁ ସିଂ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/20/rnL6ze6EPucOK0l1ztJM.jpg)