କନକବ୍ୟୁରୋ: ଆଜି ପବିତ୍ର ଜନ୍ମାଷ୍ଟମୀ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଜି ଜନ୍ମ ଉତ୍ସବ। ଆଜି ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିବେ ସେଥିପାଇଁ ମନ୍ଦିର ଗୁଡ଼ିକରେ ବିଶେଷ ପୂଜାନୀତିର ଆୟୋଜନ କରାଯାଉଛି । ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ। ମଠ ମନ୍ଦିର ଓ ଘରଗୁଡ଼ିକରେ ଖୁବ୍ ଧୁମଧାମରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି ହୋଇଛି ।  ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ଅନୁଷ୍ଠିତ ହେଉଅଛି । ଏଥିପାଇଁ ରବିବାର ଶ୍ରୀମନ୍ଦିରରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଇଛି । ଆଜି ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ବାର ବନ୍ଦ କରାଯିବ ।

Advertisment

ଏପଟେ ଭୁବନେଶ୍ବର ଇସ୍କନ୍ ମନ୍ଦିରରେ ସମ୍ପୂର୍ଣ୍ଣ ନିତିକାନ୍ତିରେ କୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଉଛି । ଶହ ଶହ ଶ୍ରଦ୍ଧାଳୁ ଇସ୍କନ ମନ୍ଦିରକୁ ଆସି ଠାକୁରଙ୍କ ଦର୍ଶନ କରୁଛନ୍ତି ସେପଟେ ବାଲୁକା କଳାରେ ଜନ୍ମାଷ୍ଟମୀର ଶୁଭେଛା। ପୁରୀ ସମୁଦ୍ର ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଳୁକା କଳା ମାଧ୍ୟମରେ ରାଜ୍ୟ ତଥା ଦେଶବାସୀଙ୍କୁ ଜନ୍ମାଷ୍ଟମୀର ଶୁଭେଛା ଜଣାଇଛନ୍ତି। ଚଳିତ ବର୍ଷ ଜନ୍ମାଷ୍ଟମୀ ଅବସରରେ ସୁର୍ଦଶନ ପଟ୍ଟନାୟକ ପ୍ରସ୍ତୁତ କରିଥିବା ବାଳୁକା କଳାର ଥିମ ରହିଛି ‘କିଲ୍ ଦ ଏଭିଲ’। ଏହି ବାଳୁକା କଳା ଦେଖିବା ସହ ଫଟୋ ଉଠାଉଛନ୍ତି ପର୍ଯ୍ୟଟକ। ।