Mahabir Photograph: (KanakNews)
କନକ ବ୍ୟୁରୋ: ଶ୍ରଦ୍ଧା ଓ ଆସ୍ଥାର ପୀଠ ଜକଲା ମହାବୀରଙ୍କ ପୀଠ । ଖୋର୍ଦ୍ଧା ବୋଲଗଡ଼ ଠାରୁ ଖଙ୍ଗୁଁରିଆ ଦେଇ ୫ କିମି ଗଲେ ଗବଡ଼ି ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଭିତରେ ରହିଛି ଏହି ମନ୍ଦିର। ପାହାଡ଼ ଶୀର୍ଷରେ ପୂଜା ପାଉଛନ୍ତି ମହାବୀର ଦେବ। ଏହି ପୀଠକୁ ବର୍ଷ ସାରା ମାନସିକଧାରୀ ଓ ପର୍ଯ୍ୟଟକଙ୍କ ଭିଡ଼ ଜମେ । ପାହାଡ଼ ଉପରେ ଥିବା ବର ଗଛରେ ମାନସିକ କରି କପଡ଼ା ବାନ୍ଧିଲେ ମନୋସ୍କାମନା ପୂରଣ ହୁଏ ବୋଲି ରହିଛି ବିଶ୍ବାସ ।
କାହିଁ କେଉଁ କାଳରୁ ପ୍ରଭୁ ଶ୍ରୀ ମହାବୀର ଦେବ ଏଠି ପୂଜା ପାଇ ଆସୁଛନ୍ତି । ପୀଠକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । କୁହାଯାଏ, ଏହି ପାହାଡ଼ ଉପରେ ଏକ ଜାଗା ଜକେଇ ହୋଇ ରହୁଥିଲା । ଯାହାକୁ ଖୋଳିଲେ ପାଣି ବାହାରୁଥିଲା । ଯେଉଁଥିପାଇଁ ଏହି ପାହାଡ଼କୁ ଜକଲା ମହାବୀର ପୀଠ ନାମରେ ନାମିତ କରାଯାଇଛି । ଏଠାରେ ପ୍ରତିବର୍ଷ ମେଳା, ଯଜ୍ଞ, ସହ ବିଭିନ୍ନ ପର୍ବର୍ପାଣୀ ପାଳିତ ହୋଇଥାଏ ।
ଅଧିକ ପଢନ୍ତୁ : ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
ପାହାଡ଼ ଶୀର୍ଷରେ ଥିବା ଏହି ପୀଠକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ପାଦରେ ଚାଲି ଚାଲି ଯିବାକୁ ପଡ଼େ। ଏହି ସ୍ଥାନଟି ପର୍ଯ୍ୟଟନସ୍ଥଳର ଦକ୍ଷତା ରଖିଥିଲେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ନାହିଁ ମୌଳିକ ସୁବିଧା। ପକ୍କା ରାସ୍ତା, ପାନୀୟ ଜଳର ବ୍ୟବସ୍ଥା ନାହିଁ । ତେଣୁ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।
Follow Us