କୁବେରଙ୍କ ପ୍ରିୟ ଗଛ : ଘରେ ଲଗାଇଲେ ଭାରି ଶୁଭ , କୃପା କରିବେ ଧନର ଦେବତା

Advertisment

ବାସ୍ତୁଶାସ୍ତ୍ର ଅନୁସାରେ କ୍ରାସୁଲା, କୁବେରାକ୍ଷୀ ବା ଇଂରାଜିରେ ଜେଡ୍ ପ୍ଲାର୍ଟ କୁହାଯାଉଥିବା ଏହି ଗଛ ଘରେ ରଖିଲେ ଭଗବାନ କୁବେରଙ୍କ କୃପା ଘର ଉପରେ ବର୍ଷିଥାଏ । ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଏହି ଗଛ ଘରେ ଧନ-ସମୃଦ୍ଧିର ପ୍ରବାହକୁ ବଢ଼ାଇଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ କ୍ରାସୁଲା, କୁବେରାକ୍ଷୀ ବା ଇଂରାଜିରେ ଜେଡ୍ ପ୍ଲାର୍ଟ କୁହାଯାଉଥିବା ଏହି ଗଛ ଘରେ ରଖିଲେ ଭଗବାନ କୁବେରଙ୍କ କୃପା ଘର ଉପରେ ବର୍ଷିଥାଏ । ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଏହି ଗଛ ଘରେ ଧନ-ସମୃଦ୍ଧିର ପ୍ରବାହକୁ ବଢ଼ାଇଥାଏ ।

Kuber

Kuber Photograph: (KanakNews)

କନକ ବ୍ୟୁରୋ : ସନାତନ ଶାସ୍ତ୍ରରେ ମା’ ମହାଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଉଥିବା ବେଳେ ଭଗବାନ କୁବେରଙ୍କୁ ଧନ,ଐଶ୍ବର୍ଯ୍ୟର ଦେବତା ବୋଲି କୁହାଯାଏ । କୁବେର ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଘରମାନଙ୍କରେ ତାଙ୍କର ମୂର୍ତ୍ତି ଏବଂ ପ୍ରିୟ ଖାଦ୍ୟ ପ୍ରସ୍ତୁତ କରି ଭୋଗ ଲଗାଯାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି କୁବେର ଦେବଙ୍କ ପ୍ରିୟ ଗଛ କ’ଣ ? ଯାହାକୁ ରଖିଲେ ସକରାତ୍ମକ ଶକ୍ତିର ପ୍ରବାହ ହେବା ସହ ଘରେ ଆର୍ଥିକ ସ୍ଥିତିର କୌଣସି ଅସୁବିଧା ଦେଖିବାକୁ ମିଳେ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ କ୍ରାସୁଲା, କୁବେରାକ୍ଷୀ ବା ଇଂରାଜିରେ ଜେଡ୍ ପ୍ଲାର୍ଟ କୁହାଯାଉଥିବା ଏହି ଗଛ ଘରେ ରଖିଲେ ଭଗବାନ କୁବେରଙ୍କ କୃପା ଘର ଉପରେ ବର୍ଷିଥାଏ । ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଏହି ଗଛ ଘରେ ଧନ-ସମୃଦ୍ଧିର ପ୍ରବାହକୁ ବଢ଼ାଇଥାଏ । କିନ୍ତୁ ଏହି ଗଛ ମଧ୍ୟ ଭିନ୍ନ ଭିନ୍ନ କିସମର ମିଳିଥାଏ । ବଜାରରେ ଏକା ପରି ଦେଖାଯାଉଥିଲେ ମଧ୍ୟ ଜେଡ୍ ପ୍ଲାଣ୍ଟର ଅଲଗା ଅଲଗା ଗଛ ମିଳେ । ତେବେ ଏନେଇ ଗାର୍ଡେନିଙ୍ଗ୍ ଏକ୍ସପର୍ଟ ପତ୍ରରୁ ଦେଖି ଗଛ ଚିହ୍ନିପାରିବେ ବୋଲି କହିଛନ୍ତି । ଏହାବ୍ୟତୀତ ଆପଣ ଲକି ପ୍ଲାଣ୍ଟ୍ ଲଗାଇବାର ସଠିକ ଉପାୟ ମଧ୍ୟ ଜାଣିପାରିବେ । ଯାହାଦ୍ବାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ହେବା ସହ ସୁଖ ଏବଂ ସମୃଦ୍ଧିର ଦ୍ବାର ଖୋଲିବ ।

ଆଗକୁ ପଢ଼ନ୍ତୁ : ୨୬ ଫେବୃୟାରିରେ ବୁଧଙ୍କ ବକ୍ର ଚଳନ : ମାସେ ଯାଏଁ ଫାଇଦାରେ ରହିବେ ୩ ରାଶି , ଦୂର ହେବ ଋଣ ସମସ୍ୟା, ମିଳିବ ଧନ !

କ୍ରାଶୁଲା କୁହାଯାଉଥିବା ଏହି ଗଛକୁ ଭାଗ୍ୟ ବଦଳାଉଥିବା ଗଛ ବୋଲି ମଧ୍ୟ କୁହାଯାଏ । ଅସଲି ଏବଂ ନକଲି ଗଛ ଚିହ୍ନିବାର ସହଜ ଉପାୟ ହେଉଛି ପତ୍ରର ଆକାର । ବଜାରରେ ମିଳୁଥିବା ଏହି ଗଛର ପତ୍ର ଗୋଲାକାର ବା ଅଣ୍ଡାକାର ଭଳି ଦେଖାଯାଏ । ଯାହା ଦେଖିବାକୁ ତ ସୁନ୍ଦର ଦେଖାଯାଏ କିନ୍ତୁ ଏହା ପ୍ରକୃତ ଗଛ ନୁହେଁ । ଯେଉଁ ଗଛକୁ ସୌଭାଗ୍ୟଶାଳୀ ବୋଲି କୁହାଯାଏ ସେହି ଗଛର ପତ୍ର ତ୍ରିଭୂଜକାର ଭଳି ଦେଖାଯାଏ । ଏହାର ପତ୍ର ଉପରପଟୁ ମୁନିଆ ଭଳି ଦେଖାଯାଏ ଯାହା ଅନ୍ୟ ଗଛରୁ ଭିନ୍ନ ଦେଖାଯାଏ । ଏହା ସେହି ଗଛ ଯାହା ବାସ୍ତୁ ଏବଂ ଫେଗଶୁଇରେ ଧନକୁ ଆକର୍ଷିତ କରୁଥିବା ଗଛ ବୋଲି କୁହାଯାଏ । ଏହି ଗଛକୁ ହିଁ କୁବେରଙ୍କ ପ୍ରିୟ ବୋଲି କୁହାଯାଏ । ଏହି ପ୍ଲାଣ୍ଟକୁ ଶୁଖିଲା ମାଟି ପସନ୍ଦ । ୫୦% ମାଟି , ୨୫% ବାଲି ଏବଂ ୨୫% ସାରକୁ ମିଶାଇ ଆପଣ ଏହି ପ୍ଲାଣ୍ଟ୍ ଘରେ ଲଗାଇ ପାରିବେ । ଯେହେତୁ ଏହି ପ୍ଲାଣ୍ଟର ପତ୍ରରେ ପାଣି ଜମି ରହିବାର କ୍ଷମତା ଥାଏ ତେଣୁ କମ୍ ପାଣିର ବ୍ୟବହାରରେ ଗଛକୁ ଆପଣ ଲଗାଇ ପାରିବେ । ଅଧିକ ପାଣି ଦେବା ଦ୍ବାରା ମାଟି ଓଦା ରୁହେ ଏବଂ ଗଛ ମରିଯିବାର ସମ୍ଭାବନା ଅଧିକ ରହିଥାଏ । 

ଜେଡ୍ ପ୍ଲାଣ୍ଟକୁ ସତେଜ ଏବଂ ପତ୍ରକୁ ଚମକଦାର ରଖିବା ପାଇଁ ସକାଳର ସୂର୍ଯ୍ୟକିରଣ ଅର୍ଥାତ୍ ୭ ଟାରୁ ୯ ଟା ଭିତରର କିରଣ ବହୁତ ଭଲ । କିନ୍ତୁ ଦ୍ବିପ୍ରହରର ଖରା ପତ୍ରକୁ ଜଳାଇବାର ଶକ୍ତି ରଖେ । ତେଣୁ ଠିକ୍ ସମୟରେ ଗଛକୁ ବାହାରେ ରଖନ୍ତୁ । ଅନ୍ୟପକ୍ଷରେ ଥଣ୍ଡା ତାପମାନରେ ମଧ୍ୟ ଏହି ଗଛ ମରିଯାଏ । ଏହି ପ୍ଲାଣ୍ଟକୁ ଝଙ୍କାଳିଆ କରିବା ପାଇଁ ନିୟମିତ କାଟି ସାର ଦେବା ଦରକାର । କାଟିବା ଅଂଶକୁ ଫୋପାଡ଼ିବା ବଦଳରେ ଅନ୍ୟ ଏକ କୁଣ୍ଡରେ ମାଟିରେ ପୋତି ଦିଅନ୍ତୁ ଆଉ ଗୋଟିଏ ଜେଡ୍ ପ୍ଲାଣ୍ଟ୍ ହେବ । ଆପଣ ଚାହିଲେ ଏହି ପ୍ଲାଣ୍ଟରେ କଫି ପାଉଡର୍ ମଧ୍ୟ ପକାଇ ପାରିବେ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe