/kanak/media/media_files/2025/07/06/sun-1-2025-07-06-19-15-31.jpg)
ଯାହାକୁ ଦେଖିଲେ ପୂରିଯାଏ ମନ, ଧନ୍ୟ ହୋଇଯାଏ ଜୀବନ । ସବୁ ସୁନା ଗହଣା ଯାହା ଆଗରେ ପଡ଼େ ଫିକା, ସେ ମୋ କାଳିଆ ସାଆନ୍ତ ।
/kanak/media/media_files/2025/07/06/sun-2-2025-07-06-19-15-31.jpg)
ଓଡ଼ିଆଣୀ ବେଶରେ ପୂର୍ଣ୍ଣିମାର ଚାନ୍ଦ ପରି ଦିଶୁଛନ୍ତି ମହାମାୟା । ଆହା ସୁନା ଦିଅଁ ମୋର ସୁନାରେ ମଣ୍ଡଣି ହୋଇଛନ୍ତି ।
/kanak/media/media_files/2025/07/06/sun-3-2025-07-06-19-15-31.jpg)
ଗୋଟିଏ ହାତରେ ହଳ ଓ ଅନ୍ୟ ହାତରେ ମୂଷଳ ଧରିଛନ୍ତି । ଜନ୍ମମୃତ୍ୟୁକୁ ସେ ଅଟକାଇପାରିବର କ୍ଷମତା ରଖନ୍ତି...ଓଃ କି ଅପୂର୍ବ ଦୃଶ୍ୟ ପ୍ରଭୁ ବଳଭଦ୍ରଙ୍କର ।
/kanak/media/media_files/2025/07/06/jaga-1-2025-07-06-19-12-20.jpg)
ଦାରୁବ୍ରହ୍ମ ସୁନାବେଶରେ ସୁନାମାଳ ପିନ୍ଧି ଶ୍ରୀଭୁଜ ସାଜିବେ ବୋଲି ସେବାୟତ ବି ଉତ୍ସାହିତ ।
/kanak/media/media_files/2025/07/06/jaga-2-2025-07-06-19-12-20.jpg)
ସଜ ହେଉଛନ୍ତି ଶ୍ରୀଜିଉ । ସାଆନ୍ତେଙ୍କୁ ସଜେଇବା ପୂର୍ବରୁ କେମିତି ସେବାୟତ ସୁବର୍ଣ୍ଣର ଶ୍ରୀଭୂଜ ଭକ୍ତଙ୍କୁ ଦର୍ଶନ କରାଉଛନ୍ତି ।
/kanak/media/media_files/2025/07/06/sunn-1-2025-07-06-19-29-33.jpg)
୧୬ଟି ହାତୀ ପିଠିରେ ବୋଝେଇ ହୋଇ ଅଣା ଯାଇଥିବା ସୁନାଅଳଙ୍କାର । ଇଏ ରଥଉପରେ କଳା ଠାକୁରଙ୍କ ସୁନାବେଶ ।
/kanak/media/media_files/2025/07/06/sunn-2-2025-07-06-19-29-33.jpg)
ରାଜା କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ଆଣିଥିଲେ ଏହି ସବୁ ସ୍ୱର୍ଣ୍ଣ ଆଭୂଷଣ ।
/kanak/media/media_files/2025/07/06/sunn-3-2025-07-06-19-29-33.jpg)
ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୁଷଣ ଲାଗି କରିଥାନ୍ତି ।