କନକ ବ୍ୟୁରୋ : ଆଜି ହେଉଛି ପବିତ୍ର ଗରୁଡ଼ ଦ୍ଵାଦଶୀ ତିଥି, ଗରୁଡଙ୍କ ଜନ୍ମ ଦିବସ । ଆଜିର ଦିନରେ ଗରୁଡ଼ ଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ ସମସ୍ତ ଦୁଃଖ କଷ୍ଟ ରୁ ମୁକ୍ତି ମିଳେ । ତେବେ ଏନେଇ କଟକ ଜିଲ୍ଲା ର ପୁରାଣ ବର୍ଣ୍ଣିତ ସାଲେପୁରର ଓଡ଼ାସିଂହ ସ୍ଥିତ ପାତାଳୀ ଗରୁଡ଼ଙ୍କ ପୀଠରେ ଗରୁଡ଼ଙ୍କ ଜନ୍ମ ଦିବସ ଏବଂ ୫ଦିନ ବ୍ୟାପି ଉନ ବିଂଶତମ ଗରୁଡ଼ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ଦିନ ତମାମ ଶ୍ରଦ୍ଧାଳୁ ମାନେ ଏହି ପୀଠରେ ପହଂଚି ଗରୁଡ଼ ଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ତାଙ୍କ ପ୍ରିୟ ଖଇ ଭୋଗ ଲାଗି କରିଥିଲେ । ବିଶେଷ କରି ଆଜିର ଦିନରେ ଗରୁଡ଼ ଦେବଙ୍କ ପାଖରେ ଖଇ ଭୋଗ ଲାଗିକରି ସପରିବାରେ ସେବନ କଲେ ବର୍ଷ ତମାମ ସର୍ପ ଦଂଶନ ରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ଏହି ବିଶ୍ୱାସ ନେଇ ବହୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ଏହି ପୀଠରେ ଗରୁଡ ଦେବଙ୍କୁ ଦର୍ଶନ କରିବା ସହିତ ପ୍ରସାଦ ସେବନ କରି ଗରୁଡ଼ ପ୍ରଭୁଙ୍କର ସାନିଧ୍ୟଲାଭ କରିଥିବା ସେମାନେ କହିଛନ୍ତି ।
ଗରୁଡ଼ଙ୍କ ଖଇ ଭୋଗ ମାହାତ୍ମ୍ୟ ; ବିଶ୍ୱାସଯେ ଏହି ଭୋଗ ଖାଇଲେ ସର୍ପ ଦଂଶିବନି
ଆଜି ହେଉଛି ପବିତ୍ର ଗରୁଡ଼ ଦ୍ଵାଦଶୀ ତିଥି, ଗରୁଡଙ୍କ ଜନ୍ମ ଦିବସ । ଆଜିର ଦିନରେ ଗରୁଡ଼ ଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ ସମସ୍ତ ଦୁଃଖ କଷ୍ଟ ରୁ ମୁକ୍ତି ମିଳେ ।