ପ୍ରଭୁ ବଳଭଦ୍ରଙ୍କ ବିଜେ ଲାଗି ଉତ୍ସାହିତ ଭକ୍ତଗଣ । ଗୋଟି ପହଣ୍ଡିରେ ରଥାରୂଢ଼ ହେବେ ।
ଗୁଣ୍ଡିଚା ମନ୍ଦିରରୁ ବାହାରି ଆସୁଛନ୍ତି ବଡ଼ ଭାଇ ବଳଭଦ୍ର । ବଡ଼ ଠାକୁରଙ୍କ ପରେ ବାହାରି ଆସିବେ ହଳଦୀମୁହିଁ ଦେବୀ ସୁଭଦ୍ରା ।
ଆହା କେଡ଼େ ସୁନ୍ଦର ଦେଖାଯାଉଛି ବଡ଼ଠାକୁରଙ୍କ ଟାହିଆ । ତାଳଧ୍ୱଜ ଅଭିମୁଖେ ବଳଭଦ୍ରଙ୍କ ଦିବ୍ୟ ପହଣ୍ଡି ।
ବଡ଼ ଠାକୁରଙ୍କୁ ସତେ ଡାକିଲାଣି ଶ୍ରୀମନ୍ଦିର । ସେବାୟତଙ୍କ କାନ୍ଧରେ ଝୁଲି ଝୁଲି ଆସିଲେ ପ୍ରଭୁ ବଳଭଦ୍ର ।
ତାଳଧ୍ୱଜ ରଥକୁ ବିଜେ କରୁଛନ୍ତି ପ୍ରଭୁ ବଳଭଦ୍ର । ଘଣ୍ଟଘଣ୍ଟା ଶବ୍ଦରେ ଫାଟି ପଡ଼ୁଛି ସମଗ୍ର ଅଞ୍ଚଳ ।
ସେବାୟତଙ୍କ କାନ୍ଧରେ ଶକ୍ତି ଓ ସାମର୍ଥ୍ୟର ପ୍ରତୀକ ପ୍ରଭୁ ବଳଭଦ୍ର । ତାଙ୍କରି ନାଁରେ ବଡ଼ଦେଉଳ । ଆଜି ସେ ଗୁଣ୍ଡିଚା ମନ୍ଦିରରୁ ଫେରୁଛନ୍ତି ।
ସେବାୟତଙ୍କ କାନ୍ଧରୁ ଭକ୍ତଙ୍କୁ ଅନାଉଛନ୍ତି ବଳଭଦ୍ର । ଦେଖନ୍ତୁ ଥରେ ସେ ଅପଲକ ନୟନକୁ । କୋଟିପୁଣ୍ୟ ଲାଭ ହେବ ।
Follow Us