କନକ ବ୍ୟୁରୋ : ବଡ଼ ସାଆନ୍ତେ ଇଏ ତୁମର କି ଲୀଳା କି , ସହଜେ ମାନିବା ଦିଅଁ ନୁହେଁ ତ ତୁମେ । ଆଜି କାଇଁ ସଅଳ ସଅଳ ଚଢ଼ିଗଲ ରଥକୁ । ବଡ଼ ବାଡ଼ର ବାଡ଼ଗ୍ରାହୀ ତୁମେ , ବହୁତ ଭାରୀ । ତୁମକୁ ଉଠେଇଲେ ସେବାୟତମାନେ ଥକ୍କି ପଡ଼ନ୍ତି । ଆଜି କ’ଣ ହୋଇଛି କି ପ୍ରଭୁ ? ପହଣ୍ଡି କରିବାବେଳେ ଡ଼ଗ ଡ଼ଗ ହୋଇ ଉଠିଗଲ ଯେ ରଥକୁ । ଭାଇ ଭଉଣୀଙ୍କ ସହ କିଛି କଥା ହୋଇ ଆସିଛ ବୋଧେ । ନା କାଳିଆ ସାଆନ୍ତ କହିଛନ୍ତି ସଅଳ ଯିବାକୁ ।
ପ୍ରଭୁ ତୁମ ମାୟା ତୁମକୁ ଜଣା , ନିର୍ଦ୍ଧାରିତ ସମୟ ପୂର୍ବରୁ ତୁମେ ପହଞ୍ଚିଗଲ ରଥରେ । ଆଉ ଡେରି କାହିଁକି ? କୁହ ତୁମ ଭାଇ କଳା ସାଆନ୍ତଙ୍କୁ ସେ ବି ସଅଳ ବିଜେ କରନ୍ତୁ । ସେପଟେ ବା ଚାତକ ପରି ପୋଡ଼ ପିଠା ଧରି ଚାହିଁ ବସିଛନ୍ତି ମାଉସୀ ମାଆ । ମୁଁ ଏବେ ବୁଝିଲିପ୍ରଭୁ ,ବଡ଼ ଖାଉଟିଆ ତୁମେ । ଭୋକ ହେଲାଣି ବୋଧେ..ମନଟା ତୁମର ମାଉସୀ ମା ପୋଡ଼ ପିଠା ପାଖରେ । ସେଇଥି ପାଇଁ ଡ଼ଗ ଡ଼ଗ ହେଇ ଉଠିଗଲ ରଥକୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/07/05/50-2025-07-05-12-03-00.jpg)