କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନିଜ ନିର୍ବାଚନୀ ମଣ୍ଡଳୀ ହିଞ୍ଜିଳିର ଶେରଗଡ଼ ବ୍ଲକ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ । ଏହା ପରେ ହିଞ୍ଜିଳିକାଟୁ, ଆସିକାରେ ଚାଷୀଙ୍କ ସହ ଆଲୋଚନା କରି କବିସୂର୍ଯ୍ୟନଗର, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ ।

Advertisment

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତ କରି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ । ଚାଷୀଙ୍କ ସହ ଆଲୋଚନା କରି ଖୁବଶୀଘ୍ର କ୍ଷତିପୂରଣ ମିଳିବ ବୋଲି ଆଶ୍ୱାସନା ଦେଇଥିଲେ । ରାଜ୍ୟ ରାଜନୀତି ପାଇଁ ଗଞ୍ଜାମ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ହୋଇଥିବାରୁ ଏହି ଜିଲ୍ଲାକୁ ଗୁରୁତ୍ୱ ଦେଇ ଚାଷୀଙ୍କୁ ଭେଟିବାକୁ ଚାହୁଁଛନ୍ତି ସବୁ ଦଳ ।

ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତକୁ ସମାଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।