ମାତିଛନ୍ତି ଲୁଟେରା : ଭୁବନେଶ୍ବର ସାମନ୍ତରାପୁରରେ ଏସବିଆଇ ଏଟିଏମ ଲୁଟ

ରାଜଧାନୀ ଭୁବନେଶ୍ବରରେ ମାତିଲେ ଲୁଟେରା । ଟଙ୍କା ଲୁଟିବା ପାଇଁ ଏଟିଏମ ଆସିଥିଲେ ତାଡି ନେଇଗଲେ ଏଟିଏମ ମେସିନ । ଭୁବନେଶ୍ୱର ଶ୍ରୀରାମନଗରରେ ଘଟିଛି ଏଭଳି ଘଟଣା  ।  ଗତକାଲି ବିଳମ୍ବିତ ରାତିରେ ଏଟିଏମ ତାଡି ଛୁ ମାରିଥିଲେ ଲୁଟେରା ।

ୋୂସ

ୋୂସ Photograph: (KanakNews )

କନକବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ମାତିଲେ ଲୁଟେରା। ଟଙ୍କା ଲୁଟିବା ପାଇଁ ଏଟିଏମ ଆସିଥିଲେ ତାଡି ନେଇଗଲେ ଏଟିଏମ ମେସିନ । ଭୁବନେଶ୍ୱର ଶ୍ରୀରାମନଗରରେ ଘଟିଛି ଏଭଳି ଘଟଣା  ।  ଗତକାଲି ବିଳମ୍ବିତ ରାତିରେ ଏଟିଏମ ତାଡି ଛୁ ମାରିଥିଲେ ଲୁଟେରା । ଆଉ ଶେଷରେ ଭୁବନେଶ୍ବର ଗଙ୍ଗୁଆ ନାଳରୁ ମିଳିଲା ଏଟିଏମ ମେସିନ । ଲୁଟେରାମାନେ  ଏଟିଏମରୁ ଟଙ୍କା ନେଇ ମେସିନ ଗଙ୍ଗୁଆ ନାଳରେ ଫୋପାଡି ଦେଇଥିବା ପୋଲିସ ସୂଚନା ଦେଇଛି । ନାଳ ପାଖରେ ଗୋଟିଏ ଡାଲା ଅଟୋକୁ ଜବତ କରିଛି ପୋଲିସ। ଏଟିଏମ ତାଡିଲା ପରେ ଏହି ଅଟୋ ବ୍ୟବହାର କରିଥିବେ ବୋଲି ପୋଲିସ ସନ୍ଦେହ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe