କନକ ବ୍ୟୁରୋ: ରାତି ହେଲେ ଛାତି ଥରୁଛି। ଲୁଟେରାଙ୍କୁ ଦେଖି ଭୟ ଲାଗୁଛି। ଆପାର୍ଟମେଣ୍ଟ ଛାଡି ଗାଁକୁ ପଳେଇବା ପାଇଁ ମନସ୍ଥ କଲେଣି ଆପାର୍ଟମେଣ୍ଟବାସୀ । ପାହାଳ ଅଞ୍ଚଳରେ ଖଣ୍ଡା ଧରି ବୁଲୁଛନ୍ତି ଲୁଟେରା । ଘର ଘର ଦେଖି ଲୁଟିବା ପାଇଁ କରୁଛନ୍ତି ଉଦ୍ୟମ । ଯେଉଁ ଘରେ ତାଲା ପଡିଛି ସେହି ଘର ତାଡି ଲୁଟୁଛନ୍ତି । ପାହାଳ ଥାନା ଅଞ୍ଚଳରେ ଗତ ୩ ଦିନ ଧରି ପାଖାପାଖି ୩ ଟି ଆପାର୍ଟମେଣ୍ଟରେ ଲୁଟେରାଙ୍କ ଆତଙ୍କ ଦେଖି ଏବେ ଲୋକ ଭୟଭୀତ ।

Advertisment

ସିସିଟିଭିରେ ଲୁଟେରାଙ୍କ କାରନାମା ହୋଇଛି କଏଦ। ହେଲେ ପୋଲିସ ମାମଲା ରୁଜୁ କରି ବସିଛି। ନା ଅଛି ପାଟ୍ରୋଲିଂ ନା ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଆପର୍ଟମେଣ୍ଟକୁ ପାହାଳ ପୁଲିସ ପକ୍ଷରୁ ମେସେଜ ଦିଆଯାଇଛି । ରାତିରେ ସିକ୍ୟୁରିଟିମାନେ ବୁଲି ବୁଲି ଟର୍ଚ୍ଚ ଲାଇଟ୍ ମାରି ବୁଲିବା ସହ ହୁଇସିଲ୍ ମାରିବା ପାଇଁ କୁହାଯାଇଛି ।