କନକ ବ୍ୟୁରୋ: ଠାକୁରାଣୀଙ୍କୁ ଛାଡିଲେନି । ଆଖି ତାଡିନେଲେ ଦୁର୍ବୃତ। ଏବେ ନିଆଳିରେ ମାତିଛନ୍ତି ମନ୍ଦିର ଲୁଟେରା । ମଣିଷ ତ ଦୂର କଥା ଆଉ ସୁରକ୍ଷିତ ନାହାନ୍ତି ଦେବା ଦେବୀ। ସୁଯୋଗ ଦେଖି ଚୋରୀ କରି ନେଉଛନ୍ତି ସୁନା ଅଳଙ୍କାର। ଦେବୀ ମାଆଙ୍କ ଆଖିକୁ ଚୋର ତାଡିନେଇଛନ୍ତି। ଏଭଳି ଘଟଣା କଟକ ଜିଲ୍ଲା ନିଆଳି ଥାନା ବିନିଶପୁର ପଂଚାୟତରେ ଘଟିଛି । ସେଠାରେ ଥିବା ମାଆ ବୁଢୀ ଠାକୁରାଣୀ ମନ୍ଦିରରେ ଦୁବୁର୍ତମାନେ ପଶି ଗ୍ରିଲ୍ ଖୋଲି ମାଆଙ୍କ ମୁକୁଟ ସହିତ ମାଆଙ୍କ ଆଖି ତାଡି ନେଇଛନ୍ତି । ମାଆଙ୍କ ପୂଜକ ସକାଳୁ ପୂଜା କରିବାକୁ ଆସି ମାଆଙ୍କ ମୁଣ୍ଡରେ ମୁକୁଟ ନଥିବା ବେଳେ ଆଖି ତାଡି ଦିଆଯାଇଥିବା ଦେଖିଥିଲେ । ଚୋରି ଘଟଣା ପରେ ମାଆ ବୁଢିଠାକୁରାଣୀ ମନ୍ଦିରରେ ପ୍ରବଳ ଗହିଳି ଦେଖିବାକୁ ମିଳିଛି । ତେବେ ମାଆଙ୍କ ମନ୍ଦିର ପୂର୍ବରୁ ୩ଦିନ ତଳେ ନୂଆପଲମହାଟରେ ୪ଜଣଙ୍କ ଦୋକାନ ଘରେ ପସି ଚୋରମାନେ ଟଙ୍ଗା ପଇସା ସହ ମୁଲ୍ୟବାନ ଜିନିଷ ଚୋରି କରି ନେଇଥିଲେ । ହେଲେ ଏବେ ବି ନିଆଳି ପୋଲିସ ହାତ ଖାଲି ରହିଛି । ଏବେ ପୁଣି ଲୁଟେରା ମାଆ ବୁଢିଠାକୁରାଣୀଙ୍କ ଆଖି ଆଉ ମୁକୁଟ ଚୋରି କରିନେଇଯାଇଛନ୍ତି । ନିଆଳି ଥାନା ବିନିଶପୁର ଠାରୁ ୧୭ କିଲୋମିଟର ହେଉଥିବାରୁ ଗ୍ରାମବାସୀ ବାରମ୍ବାର ଫାଣ୍ଡି ଏହି ପଂଚାୟତରେ କରିବା ପାଇଁ ଦାବି କରି ଆସୁଛନ୍ତି । କାହିଁକି ନିଆଳି ପୋଲିସ ପ୍ରପାଟ୍ରୋଲିଂ କରାଯଉନଥିବା ବେଳେ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ।