କନକ ବ୍ୟୁରୋ: ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କ। ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ସାଙ୍ଗକୁ ଇଲେକ୍ଟ୍ରିକାଲ ସାମଗ୍ରୀ ଓ ଟଙ୍କା ଲୁଟ୍ କରିଛନ୍ତି। ଭୁବନେଶ୍ୱର କେଶୁରା ସ୍ଥିତ ଆଶୁତୋଷ ନଗରରେ ଗତ ବିଳମ୍ବିତ ରାତିରେ ଏହି ଚୋରି ହୋଇଛି । ସୂଚନା ମୁତାବକ, ସର୍ବେଶ୍ୱର ସାହୁଙ୍କ ଘରେ କେହି ନଥିବାର ସୁଯୋଗ ନେଇ କିଛି ଲୁଟେରା ଶାବଳରେ ଗ୍ରୀଲ ତାଲା ଭାଙ୍ଗି ପଶିଥିଲେ। ଚାରୋଟି ତାଲା ଭାଙ୍ଗି, ଠାକୁର ଘର ସମେତ ବେଡ୍ ରୁମରୁ ଟଙ୍କା ପଇସା ଲୁଟି ନେଇଛନ୍ତି ଏହି ଲୁଟେରା । ଏମିତିକି କିଛି ଇଲେକ୍ଟ୍ରିକାଲ ସାମଗ୍ରୀ ସାଙ୍ଗକୁ ତଳ ଘରେ ଥିବା ଏକ ଟ୍ରଙ୍କ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ। ଯେଉଁଥିରେ କିଛି ସୁନା ଓ ରୂପା ଗହଣା ଥିଲା ବୋଲି ଘର ମାଲିକ କହିଛନ୍ତି । ଟ୍ରଙ୍କଟି ଆଜି ସକାଳୁ ବିଲ ଭିତରୁ ଭଙ୍ଗାରୁଜା ଅବସ୍ଥାରେ ମିଳିଥିଲା। ରାତି ପ୍ରାୟ ୧୧ଟାରେ ସର୍ବେଶ୍ୱର ନିଜେ ଘରକୁ ଫେରିବା ବେଳକୁ ଘରର ଗ୍ରୀଲ ଭଙ୍ଗା ଥିବା ଦେଖିବାକୁ ପାଇଥିଲେ।
ରାଜଧାନୀରେ ଲୁଟେରାଙ୍କ ରାଜ: କେଶୁରା ଆଶୁତୋଷ ନଗରରେ ବୁଲାଇଲେ କଳାକନା
ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କ। ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ସାଙ୍ଗକୁ ଇଲେକ୍ଟ୍ରିକାଲ ସାମଗ୍ରୀ ଓ ଟଙ୍କା ଲୁଟ୍ କରିଛନ୍ତି।
/kanak/media/media_files/2025/02/02/KpkAasVshxKp1MZg6TJx.jpg)