ଆପାର୍ଟମେଣ୍ଟରୁ ନେଇଗଲେ ୩୦ ଭରି ସୁନା ; ସିସିଟିଭିରେ କଏଦ ହେଲା ଲୁଟ ବେଳର ଦୃଶ୍ୟ

କଟକ ବାରଙ୍ଗର ଶାନ୍ତିବନ ଆପାର୍ଟମେଣ୍ଟରୁ ୩୦ଭରି ଓଜନର ସୁନା ଗହଣା ଚୋରୀ ଅଭିଯୋଗ । ଘରେ କେହି ନଥିବା ବେଳେ ରାତିଅଧରେ କଳାକନା ବୁଲାଇଲେ ୪ ଜଣ ଦୁର୍ବୃତ୍ତ

apart loot

କନକ ବ୍ୟୁରୋ: ସିସିଟିଭି ଫୁଟେଜରୁ ମିଳିଲା ଆପାର୍ଟମେଣ୍ଟରୁ ଲୁଟ୍ ଭିଜୁଆଲ। ଲୁଟେରା ମୁହଁରେ କପଡ଼ା ବାନ୍ଧି ହାତରେ ଧାରୁଆ ଅସ୍ତ୍ର ସହ କିଭଳି ଆପାର୍ଟମେଣ୍ଟ ଭିତରକୁ ପଶୁଛନ୍ତି ।  କିଭଳି ଲୁଟ କରି ଫେରୁଛନ୍ତି ସବୁ କିଛିର ଭିଜୁଆଲ ଏକଦ ହୋଇଛି ସିସିଟିଭିରେ । 

ଏଭଳି ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଥାନା ବେଲଗଛିଆ ଗାଁ ନିକଟ ଶାନ୍ତି ବନ ଆପାର୍ଟମେଣ୍ଟରେ । ବି -ବ୍ଲକ୍ -୨୦୪  ନମ୍ବରରେ ରହୁଥିବା ଦିଲ୍ଲିପ କୁମର ମହାପାତ୍ରଙ୍କ ଘରୁ ଲୁଟ୍ ହୋଇଛି । ତାଙ୍କ ଘରୁ ୩୦ ଭରି ଓଜନର ସୂନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆପାର୍ଟମେଣ୍ଟରେ ପ୍ରାୟ ୩୨ ପରିବାର ରହୁଥିବା ବେଳେ ଜଗଦଲ ପୁର ଷ୍ଟିଲ ପ୍ଲାଣ୍ଟ କର୍ମଚାରୀ ଦିଲ୍ଲିପ ମହାପାତ୍ର.ସେଠାରେ ରୁହନ୍ତି । ଘରେ କେହି ନଥିବା ବେଳେ ୪ ଜଣ ଦୁର୍ବୃତ୍ତ କପଡ଼ା ବାନ୍ଧି ଏହି ଲୁଟପାଟ କରିଥିବା ସିସିଟିଭିରୁ ଧରା ପଡିଛି । 

ତେବେ ସେହି ଗୋଟିଏ ଦିନରେ ଗୋଟିଏ ରାତିରେ ତ୍ରିଶୂଳିଆ ଅଞ୍ଚଳରେ ଦୁଇଟି ଆପାର୍ଟମେଣ୍ଟରୁ ତାଲା ଭାଙ୍ଗି ଚୋରି ହୋଇଥିବା ଜଣାପଡିଛି । ଶାନ୍ତିବନ ଆପାର୍ଟମେଣ୍ଟ ସହ  ଆଉ ଗୋଟିଏ ଡିଅନ୍ ଆପର୍ଟମେଣ୍ଟରୁ ମଧ୍ୟ ଲୁଟ୍ ହୋଇଥିବା ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe