ଘରେ ପଶି ସିସିଟିଭିରେ ଗାମୁଛା ଗୁଡାଇ ଲୁଟିଲେ ଦୁର୍ବୃତ୍ତ  । ମୟୁରଭଞ୍ଜ କପ୍ତିପଦାରେ ଲୁଟ୍

ଘରେ ପଶି ସିସିଟିଭିରେ ଗାମୁଛା ଗୁଡାଇ ଲୁଟିଲେ ଦୁର୍ବୃତ୍ତ  । ମୟୁରଭଞ୍ଜ କପ୍ତିପଦାରେ ଲୁଟ୍  । ଘରେ କେହି ନଥିବାର ସୁଯୋଗ ନେଇ ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି 

28CCTV

କନକ ବ୍ୟୁରୋ: ଘରେ କେହି ନଥିବାର ସୁଯୋଗ ନେଇ ଲୁଟିଲେ ଦୁର୍ବୃତ୍ତ। ମୟୂରଭଞ୍ଜ କପ୍ତିପଦା ଥାନା ଗଡ଼ସାହି ଗାଁରେ ଏଭଳି ଲୁଟ୍ ହୋଇଛି । ବିଳମ୍ବିତ ରାତିରେ ଘରେ ପଶି ସିସିଟିଭିରେ ଗାମୁଛା ଗୁଡ଼ାଇ ଲୁଟି ନେଇଛନ୍ତି । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ ହୋଇଛି । ସକାଳୁ କପ୍ତିପଦା ପୋଲିସ ତଦନ୍ତ ଆରମ୍ଭ କରିଛି। କପ୍ତିପଦା ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ମାତିଛନ୍ତି ଲୁଟେରା । କେହି ନଥିବାର ସୁଯୋଗ ନେଇ ଘରେ ପଶି ଲୁଟପାଟ୍ ଚଳାଇଛନ୍ତି ଲୁଟେରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe