କନକ ବ୍ୟୁରୋ: ଘରେ କେହି ନଥିବାର ସୁଯୋଗ ନେଇ ଲୁଟିଲେ ଦୁର୍ବୃତ୍ତ। ମୟୂରଭଞ୍ଜ କପ୍ତିପଦା ଥାନା ଗଡ଼ସାହି ଗାଁରେ ଏଭଳି ଲୁଟ୍ ହୋଇଛି । ବିଳମ୍ବିତ ରାତିରେ ଘରେ ପଶି ସିସିଟିଭିରେ ଗାମୁଛା ଗୁଡ଼ାଇ ଲୁଟି ନେଇଛନ୍ତି । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ ହୋଇଛି । ସକାଳୁ କପ୍ତିପଦା ପୋଲିସ ତଦନ୍ତ ଆରମ୍ଭ କରିଛି। କପ୍ତିପଦା ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ମାତିଛନ୍ତି ଲୁଟେରା । କେହି ନଥିବାର ସୁଯୋଗ ନେଇ ଘରେ ପଶି ଲୁଟପାଟ୍ ଚଳାଇଛନ୍ତି ଲୁଟେରା ।