ଯାତ୍ରା ଦେଖିଯାଇଥିଲେ, ଘରେ ବୁଲିଗଲା କଳାକନା । ସବୁ ଚୋରି କରି ନେଇଗଲେ ଲୁଟେରା ।

Advertisment

ଯାତ୍ରା ଦେଖି ଯାଇଥିବା ବେଳେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । କପ୍ତିପଦା ଥାନା ବଡ଼ଗୁଡ଼ୁଗୁଡ଼ିଆ ଗାଁର ସୀତାନାଥ ଦତ୍ତ ପରିବାର ସହିତ ଗତକାଲି ରାତିରେ ଯାତ୍ରା ଦେଖିବାକୁ ଯାଇଥିଲେ

ଯାତ୍ରା ଦେଖି ଯାଇଥିବା ବେଳେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । କପ୍ତିପଦା ଥାନା ବଡ଼ଗୁଡ଼ୁଗୁଡ଼ିଆ ଗାଁର ସୀତାନାଥ ଦତ୍ତ ପରିବାର ସହିତ ଗତକାଲି ରାତିରେ ଯାତ୍ରା ଦେଖିବାକୁ ଯାଇଥିଲେ

kalakana loot

କନକ ବ୍ୟୁରୋ: ଯାତ୍ରା ଦେଖି ଯାଇଥିବା ବେଳେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । କପ୍ତିପଦା ଥାନା ବଡ଼ଗୁଡ଼ୁଗୁଡ଼ିଆ ଗାଁର ସୀତାନାଥ ଦତ୍ତ ପରିବାର ସହିତ ଗତକାଲି ରାତିରେ ଯାତ୍ରା ଦେଖିବାକୁ ଯାଇଥିଲେ। ଭୋର ସମୟରେ ଘରକୁ ଫେରିବା ପରେ ଘର ମୁଖ୍ୟ ଗେଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘରେ ଥିବା ଗଡ଼ରେଜ ଭଙ୍ଗାରୁଜା କରିବା ସହ ଲୁଟ ହୋଇଥିବା ଦେଖିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ଗଡ଼ରେଜର ଚାବି ଭାଙ୍ଗିବା ପରେ ଲକର ଚାବି ଖୋଲି ଲୁଟ କରିଥିଲେ । ଲକରରେ ଥିବା ନଗଦ ୪୦ ହଜାର ଟଙ୍କା ସହିତ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଦୁର୍ବୃତ୍ତ ମାନେ ଲୁଟି ନେଇଥିଲେ। ଏନେଇ କପ୍ତିପଦା ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ସହିତ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ତ୍ୱରାନ୍ୱିତ କରିଛି ପୋଲିସ। 

ଅନ୍ୟପଟେ ତାଲା ଭାଙ୍ଗି ୪ଟି ଦୋକାନରୁ ଲୁଟ। ଦିଗପହଣ୍ଡି ଖେମୁଣ୍ଡି କଲେଜ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସର ୪ଟି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି। ଦୁର୍ବୃତ୍ତ ମାନେ ମୁଲ୍ୟବାନ ସାମଗ୍ରୀ ସହ ନଗଦ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି। ସକାଳେ ଦୋକାନୀ ମାନେ ଘଟଣା ସ୍ଥଳକୁ ଆସି ଚୋରି ହୋଇଥିବା ଦେଖିବା ପରେ ମାମଲା ଥାନାରେ ପହଁଚିଛି। ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ଦିଗପହଣ୍ଡି ପୁଲିସ। ଆଖପାଖରେ ଲାଗିଥିବା ବିଭିନ୍ନ ସିସିଟିଭିର ଦୃଶ୍ୟକୁ ଅନୁଧ୍ୟାନ କରି ପୁଲିସ ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe