ରାଉରକେଲାରେ ସିକ୍ୟୁରିଟି ଗାର୍ଡ ହାତ ଗୋଡ ବାନ୍ଧି ଲୁଟିନେଲେ, ସେପଟେ ସମ୍ବଲପୁରରେ ମାନାପୁରମ୍ ଗୋଲ୍ଡ ଲୋନ୍ ଅଫିସ ଖାଲି କଲେ ଲୁଟେରା

ରାରଉକେଲା ସିକ୍ୟୁରିଟି ଗାର୍ଡର ହାତଗୋଡ଼ ବାନ୍ଧି ଗାଡ଼ି ସୋ ରୁମ୍‌ରେ ଲୁଟ୍।ଲକର ବାକ୍ସକୁ ଉଠାଇ ନେଇ ଫେରାର ମାରିଲେ ଲୁଟେରା । ସେପଟେ ସମ୍ବଲପୁର ମଣପୁରମ୍ ଗୋଲ୍ଡ ଲୋନ୍ ଶାଖାରୁ ସୁନା ଲୁଟ୍ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ। ତଦନ୍ତ କରୁଛି ୪ଟି ସ୍ୱତନ୍ତ୍ର ଟିମ୍ 

29aaas

କନକ ବ୍ୟୁରୋ: ସିକ୍ୟୁରିଟି ଗାର୍ଡର ହାତଗୋଡ଼ ବାନ୍ଧି ଗାଡ଼ି ସୋ ରୁମ୍‌ରେ ଲୁଟ୍ । ରାଉରକେଲା ବେଦବ୍ୟାସ ଅଞ୍ଚଳରେ ରାତିରେ ଏକ ବଡ଼ ଧରଣର ଲୁଟ୍ ହୋଇଛି । ବ୍ରାହ୍ମଣୀ ତରଙ୍ଗ ଥାନା ନିକଟରେ ଥିବା ଏକ ଗାଡ଼ି ସୋ ରୁମ୍‌ର ସୁରକ୍ଷା କର୍ମୀଙ୍କୁ ବାନ୍ଧି ଲକର ଵାକ୍ସକୁ ଉଠାଇ ନେଇ ଫେରାର ହୋଇଯାଇଛନ୍ତି ଲୁଟେରା । ଲୁଟ ବେଳର ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ୩ ଜଣ ମୁଖା ପିନ୍ଧା ଡକାୟତ ବେଦବ୍ୟାସ ନିକଟରେ ଥିବା ଗାଡ଼ି ସୋ ରୁମ୍‌ରେ ପଶିଥିଲେ । ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀଙ୍କୁ ମାରଣାସ୍ତ୍ର ଦେଖାଇ ଡରାଇଥିଲେ । ପରେ ସୋ ରୁମ୍‌ର ତାଲା ଭାଙ୍ଗି କ୍ୟାସ୍ ବକ୍ସ ଖୋଲିବାକୁ ଉଦ୍ୟମ କରିଥିଲେ । ମାତ୍ର କ୍ୟାସ୍ ବକ୍ସକୁ ଖୋଲି ନପାରିବାରୁ ଏହାକୁ ଉଠାଇ ନେଇଥିଲେ। ପୋଲିସ୍ ସିସିଟିଭି ଯାଞ୍ଚ କରି ତଦନ୍ତ ଜାରି ରଖିଛି। ପୋଲିସ୍ ଘଟଣା ସ୍ଥଳରେ ଡଗ୍ ସ୍କ୍ୱାଡ ଏଵଂ ସାଇଣ୍ଟଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଜାରି ରଖିଛି। ଲକର ବକ୍ସକୁ ବାଇକରେ ନେଇ ଫେରାର ମାରିଲେ ଲୁଟେରା । ଘଟଣାକୁ ନେଇ ସୋ ରୁମ ମାଲିକ ଥାନାରେ ଅଭିଯୋଗ କରିଛନ୍ତି ।

 ସେପଟେ ସମ୍ବଲପୁରରେ ମାନାପୁରମ୍ ଗୋଲ୍ଡ ଲୋନ୍ ଅଫିସ୍ ଲୁଟିଲେ ଲୁଟେରା । ସମ୍ବଲପୁର ମଣପୁରମ୍ ଗୋଲ୍ଡ ଲୋନ୍ ଶାଖାରୁ ସୁନା ଲୁଟ୍ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ । ମଣପୁରମ୍ ଗୋଲ୍ଡ ଲୋନ୍ ଶାଖା ନିକଟରେ ଲାଗିଥିବା ଏକ ସିସିଟିଭିରେ ଲୁଟେରା ମାନେ ଲୁଟ୍ କରିସାରି ଫେରାର ହେବା ବେଳର ଦୃଶ୍ୟ କଏଦ ହୋଇଛି । ଏଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି କିପରି ଜଣେ ଲୁଟେରା ବାହାରେ ବାଇକରେ ଅପେକ୍ଷା କରିଥିବା ବେଳେ ବ୍ୟାଗ ଭର୍ତ୍ତି ସୁନା ନେଇ ଆସିଥିଲେ ଅନ୍ୟ ଲୁଟେରା । ଏବଂ ସୁନା ଭର୍ତ୍ତି ବ୍ୟାଗ ନେଇ ୨ଜଣ ପଳାଇଥିବା ବେଳେ ଅନ୍ୟ ମାନେ ଅନ୍ୟତ୍ର ଫେରାର ହୋଇଥିଲେ। ଅଭିଯୁକ୍ତଙ୍କୁ ଧରିବାକୁ ଜିଲ୍ଲା ବାହାରେ ତଦନ୍ତ କରୁଛି ୪ଟି ସ୍ବତନ୍ତ୍ର ଟିମ୍। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲୁଟେରାଙ୍କୁ ଖୋଜୁଛି ପୋଲିସ । ଏହାସହ ବାହାର ଜିଲ୍ଲାକୁ ଯାଇ ମଧ୍ୟ ତଦନ୍ତ କରାଯାଉଛି । ଗତକାଲି ସକାଳ ୧୦ଟା ବେଳକୁ ଅଫିସ୍ ଖୋଲିବା ସମୟରେ ମଣପୁରମ୍ ଶାଖାରେ ପଶି ଲୁଟ୍ କରିଥିଲେ ୧୦ ଦୁର୍ବୃତ୍ତ । କାର୍ୟ୍ୟାଳୟ ଖୋଲିବା ସମୟରେ ୧୦ ଜଣ ଲୁଟେରା ପଶି କର୍ମଚାରୀଙ୍କୁ ବାନ୍ଧି ନିସ୍ତୁକ ମାଡ଼ମାରି ଲୁଟ୍ କରିଥିଲେ । ପାଖାପାଖି ୩୦ କେଜି ସୁନା ଓ ନଗଦ ଟଙ୍କା ଲୁଟି ନେଇଥିଲେ ଲୁଟେରା ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe