ରଜରେ ରାଜଧାନୀରେ ମାତିଲେ ଚୋର: ଗାଁକୁ ରଜ ମନାଇବାକୁ ଯାଇଥିବା ବେଳେ ଘରେ ବୁଲାଇଲେ କଳାକନା

ଜଣେ ବ୍ୟକ୍ତି ରଜ ପାଳିବା ପାଇଁ ନିଜ ଗାଁକୁ ଯାଇଥିଲେ । ଘରୁ ଫେରି ଦେଖିଲା ବେଳକୁ ଘରେ କଳାକନା ବୁଲାଇ ସାରିଥିଲେ ଚୋର । ଘରୁ ସୁନା, ରୁପା ଟଙ୍କା ଲୁଟି ନେଇଛନ୍ତି ଲୁଟେରା । 

27llll

Photograph: (kanak news)

କନକ ବ୍ୟୁରୋ: ରଜରେ ରାଜଧାନୀରେ ଚୋରି । ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଚୋର । ନିଳାଦ୍ରୀ ବିହାରରେ ହୋଇଛି ଚୋରି । ସୂଚନା ଅନୁସାରେ, ଏହି ଅଞ୍ଚଳରେ ଥିବା ଜଣେ ବ୍ୟକ୍ତି ରଜ ପାଳିବା ପାଇଁ ନିଜ ଗାଁକୁ ଯାଇଥିଲେ । ଘରୁ ଫେରି ଦେଖିଲା ବେଳକୁ ଘରେ କଳାକନା ବୁଲାଇ ସାରିଥିଲେ ଚୋର । ଘରୁ ସୁନା, ରୁପା ଟଙ୍କା ଲୁଟି ନେଇଛନ୍ତି ଲୁଟେରା । 

ରାଜଧାନୀରେ ବାରମ୍ୱାର ଚୋରିର ଖବର ସାମ୍ନାକୁ ଆସିଛି । ଲୁଟେରାମାନେ ବିଭିନ୍ନ ଆପାର୍ଟମେଣ୍ଟରେ ଟାର୍ଗେଟ କରୁଥିଲେ । ଘରେ କେହି ନଥିବା ବେଳେ ସୁଯୋଗ ନେଇ କଳାକନା ବୁଲାଉଥିଲେ । ତେବେ କିଛି ଦିନ ଚୋରି କମିଯାଇଥିବା ବେଳେ ପୁଣି ରାଜଧାନୀରୁ ଚୋରି ଘଟଣା ସାମ୍ନାକୁ ଆସିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe