କନକ ବ୍ୟୁରୋ: ପୁଲିସକୁ ଖୋଲା ଚ୍ୟାଲେଞ୍ଜ, ଘର ଭିତରେ ପରିବାରବର୍ଗଙ୍କୁ ବାନ୍ଧିଲେ, ପିଟିଲେ, ଗୁଳିମାରି ସବୁକିଛି ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ୭ ଜଣ ଦୁର୍ବୃତ୍ତ ମୁହଁରେ କଳାମୁଖା ପିନ୍ଧି ସୋର ଥାନା ତେଣ୍ଟେଇ ପଂଚାୟତ ଦୟାନିଧିପୁର ଗାଁର ମଞ୍ଜୁଲତା ନାୟକଙ୍କ ଘରେ ପଶିଥିଲେ । ଚୋରମାନେ ଘରେ ପଶିବା ପୂର୍ବରୁ ତାଙ୍କ ମା’ ଜାଣିପାରି ପୁଅକୁ ଫୋନ୍ ଯୋଗେ ଜଣାଇଥିଲେ । ପୁଅ ମଳୟ ରାଉତ ପଡ଼ୋଶୀଙ୍କୁ ଫୋନ୍ କରିବା ସମୟରେ ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଘର ଭିତରକୁ ପଶିବା ସହିତ ପରିବାରର ସମସ୍ତ ୫ଜଣଙ୍କୁ ଘରର ସ୍କ୍ରିନ୍ ଚିରି ହାତ ଗୋଡ଼କୁ ବାନ୍ଧି ମାଡ଼ ମାରିଥିଲେ । ପରେ ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୫୦ ହଜାର ଟଙ୍କା ଲୁଟିଥିଲେ । ଏହି ସମୟରେ ପଡ଼ୋଶୀ ବଳରାମ ରାଉତ ଓ ପ୍ରଶାନ୍ତ ରାଉତ ଆସିବାରୁ ଦୁର୍ବୃତ୍ତମାନେ ଘରର ଛାତ ଉପରେ ଥାଇ ସେମାନଙ୍କୁ ଗୁଳି ମାରିଥିଲେ । ବଳରାମଙ୍କ ଛାତିରେ ଗୁଳି ବାଜିବା ସହିତ ସେ ଗୁରୁତର ଆହତ ହୋଇଥିଲେ । ଗୁଳି ଫୁଟିବା ପରେ ପାଖରେ ଥିବା ଅନ୍ୟ ପଡ଼ୋଶୀ ଆସିବାକୁ ସାହସ କରିନଥିଲେ । ଏହି ସମୟରେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସାପରେ ବି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରୋହିତ ନାୟକ, ରବୀନ୍ଦ୍ର ନାୟକ ଓ ବଳରାମ ରାଉତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୋରରେ ଲୁଟେରାଙ୍କ ଆତଙ୍କରାଜ, ହାତ ଗୋଡ଼ ବାନ୍ଧି ଟଙ୍କା ଓ ଗହଣା ଲୁଟିନେଲେ
ବାଲେଶ୍ବର ସୋର ଦୟାନିଧିପୁରରେ ଲୁଟେରାଙ୍କ ଆତଙ୍କରାଜ । ଘର ଲୋକଙ୍କ ହାତ ଗୋଡ଼ ବାନ୍ଧି ଲୁଟିଲେ । ଉଦ୍ଧାର ପାଇଁ ଆସିଥିବା ପଡ଼ୋଶୀଙ୍କୁ ଗୁଳିମାରିଲେ । ୩ ଗୁରୁତର ମେଡିକାଲରେ ଭର୍ତ୍ତି ।
/kanak/media/media_files/2025/05/22/jNHgMz7XDAyeaiwjAtII.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)