କନକ ବ୍ୟୁରୋ: ମରଣାତ୍ମକ ଆକ୍ରମଣ କରି ଟଙ୍କା ଓ ଗାଡି ଲୁଟିନେଲେ ଲୁଟେରା । ବାଲେଶ୍ଵରରୁ ସୋର ଫେରୁଥିବା ସମୟରେ ଶ୍ରୀଜଙ୍ଗ ନିକଟ ଯୋଡ଼ିପୋଲ ନିକଟରେ ସଶସ୍ତ୍ର ଡକାୟତି । ୩ ଦୁର୍ବୃତ୍ତ ବନ୍ଧୁକ ଭୁଜାଲି ଦେଖାଇ ଆକ୍ରମଣ କରି ୨ଜଣଙ୍କ ଠାରୁ ୩୦ ହଜାର ଟଙ୍କା ସହ ଗାଡ଼ି ଲୁଟିନେଇଥିବା ଅଭିଯୋଗ ହୋଇଛି ।
ବାଲେଶ୍ଵରରୁ ବ୍ୟକ୍ତିଗତ କାମ ସାରି ବିଶ୍ୱଜିତ୍ ସାହୁ ଓ ଜିତେଶ ବେହେରା ଏକ ପଲସର ବାଇକ୍ ଯୋଗେ ଘରକୁ ଫେରୁଥିଲେ। ହଠାତ୍ ୩ ଜଣ ଯୁବକ ବିଶ୍ୱଜିତଙ୍କ ଗାଡ଼ିକୁ ଅଟକାଇ ଥିଲେ । ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରି ରକ୍ତାକ୍ତ କରିବା ସହ ବିଶ୍ୱଜିତଙ୍କ ପାଖରେ ଥିବା ୩୦ ହଜାର ଟଙ୍କା ସହ ପଲ୍ସର ଗାଡ଼ିକୁ ବଳପୂର୍ବକ ଦୁର୍ବୃତ୍ତମାନେ ନେଇ ଫେରାର ହୋଇ ଯାଇଥିଲେ । ଆହତମାନେ ଖନ୍ତାପଡ଼ା ଓ ଗୋପାଳପୁର ପୋଲିସକୁ ଖବର ଦେବାପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବାଲେଶ୍ବର ଜିଲ୍ଲାରେ ବାରମ୍ବାର ଚୋରି, ଲୁଟ୍, ମରଣାନ୍ତ ଆକ୍ରମଣ କରି ଲୁଟ୍ର ଅନେକ ଖବର ସାମ୍ନାକୁ ଆସୁଛି । ଯାହା ଜିଲ୍ଲା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଲାଣି ।