ରାଉରକେଲାରେ ବନ୍ଧୁକ ମୁନରେ ଲୁଟ୍ । ୫୦ ହଜାର ଟଙ୍କାର ସୁନା ନେଇଗଲେ ଲୁଟେରା

Advertisment

ରାଉରକେଲାରେ ବନ୍ଧୁକ ମୁନରେ ଲୁଟ୍ । ୫୦ ହଜାର ଟଙ୍କାର ସୁନା ନେଇଗଲେ ଲୁଟେରା, ଜଣେ ଲୁଟେରାକୁ କାବୁ କଲେ ସ୍ଥାନୀୟ ବେପାରୀ ।

ରାଉରକେଲାରେ ବନ୍ଧୁକ ମୁନରେ ଲୁଟ୍ । ୫୦ ହଜାର ଟଙ୍କାର ସୁନା ନେଇଗଲେ ଲୁଟେରା, ଜଣେ ଲୁଟେରାକୁ କାବୁ କଲେ ସ୍ଥାନୀୟ ବେପାରୀ ।

loot---------

କନକ ବ୍ୟୁରୋ: ରାଉରକେଲାରେ ବନ୍ଧୁକ ମୁନରେ ଲୁଟ। ୫୦ ହଜାର ଟଙ୍କାର ସୁନା ନେଇଗଲେ ଲୁଟେରା ।  ଜଣେ ଲୁଟେରାକୁ କାବୁ କଲେ ସ୍ଥାନୀୟ ବେପାରୀ । ରାଉରକେଲା ଆମ୍ବେଦକର ଛକରେ ଥିବା ରାଧିକା ଜୁଏଲାରୀରୁ ଲୁଟ କରିଛନ୍ତି ଲୁଟେରା । ଦୋକାନ ବନ୍ଦ କରୁଥିବା ବେଳେ ହେଲମେଟ ପିନ୍ଧି ବାଇକରେ ୪ ଜଣ ଆସି ଥିଲେ। ୨ ଜଣ ହେଲମେଟ ପିନ୍ଧା ଦୁର୍ବୁତ୍ତ ହାତରେ ବନ୍ଧୁକ ଧରି ଦୋକାନ ଭିତରେ ପଶିଥିଲେ  । 

ଦୋକାନର ଗେଟ ପାଖରେ ଆଉ ଜଣେ ଭୁଜାଲି ନେଇ ଦୋକାନ ମାଲିକଙ୍କୁ ଡରାଇ ୨ ଟି କାନ ଫୁଲ ଛଡାଇନେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କା ହେବ। ପରେ ଫେରାର ମାରିଥିଲେ ଦୁର୍ବୁତ୍ତ  । ଦୋକାନ ମାଲିକଙ୍କ ଚାଲାକି ଯୋଗୁଁ ଜଣେ ଦୁର୍ବୁତ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ଘଟଣା ସ୍ଥଳରେ ପୋଲିସ ଡିଆଇଜି ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe