ଝରକା ତାଡି ଲୁଟିଲେ ବ୍ୟାଙ୍କ ; ପୂର୍ବରୁ ସ୍କାଏଲାଇଟ୍ ଭାଙ୍ଗି ଲୁଟ୍ କରିଥିଲେ ଦୁର୍ବୃତ୍ତ ।

Advertisment

ବାଲେଶ୍ୱର ଖପରାପଦା ଛକ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ରୁ ଚୋରି  । ଗତକାଲି ବିଳମ୍ବିତ ରାତିରେ ଝରକା ତାଡି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ  । ଘଟଣା ସ୍ଥଳରେ ବାଲିଆପାଳ ପୋଲିସର ତନାଘନା  । 

ବାଲେଶ୍ୱର ଖପରାପଦା ଛକ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ରୁ ଚୋରି  । ଗତକାଲି ବିଳମ୍ବିତ ରାତିରେ ଝରକା ତାଡି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ  । ଘଟଣା ସ୍ଥଳରେ ବାଲିଆପାଳ ପୋଲିସର ତନାଘନା  । 

23bank

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଛକରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତି ରେ କିଛି ଦୁର୍ବୃତ୍ତ ବ୍ୟାଙ୍କର ଉପର ମହଲାରେ ଥିବା ଝରକାର ଲୂହା ଗ୍ରିଲକୁ ଗ୍ୟାସ କଟରରେ କାଟି ବ୍ୟାଙ୍କ ଭିତରକୁ ପଶି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ।  ଆଜି ସକାଳେ ସ୍ଥାନୀୟ ଲୋକେ ବ୍ୟାଙ୍କର ଝରକା ଭଙ୍ଗା ଯାଇ ଥିବା ଦେଖି ବ୍ୟାଙ୍କ  ମ୍ୟାନେଜର ଏବଂ ବାଲିଆପାଳ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।  ୫ବର୍ଷ ପୂର୍ବରୁ ମଧ୍ୟ ଏହି ବ୍ୟାଙ୍କର ପଛ ପଟ ସ୍କାଇ ଲାଇଟ ଭାଙ୍ଗି କମ୍ପ୍ୟୁଟର ଏବଂ ବିଭିନ୍ନ ଆସବାବପତ୍ର ଚୋରି କରିଥିଲେ ଦୁର୍ବୃତ୍ତ  । ତେବେ ଏହି ଅଞ୍ଚଳ ରେ ବାରମ୍ବାର ଚୋରି ହେଉଥିବା ରୁ ପୋଲିସ ପେଟ୍ରୋଲିଂ କୁ କଡାକଡି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe