କନକ ବ୍ୟୁରୋ : ସୁନା ଦୋକାନୀଙ୍କଠାରୁ ଲୁଟ୍ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ପୁରୁଣା ହାଟରେ ଥୁବା ସୁନା ବ୍ୟବସାୟୀ ବିନୋଦ ବିହାରୀ ପଥାଳ ଚଳିତ ମାସ ୧୪  ତାରିଖ ସନ୍ଧ୍ୟା ବେଳେ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ନରୁଆ ରଘୁନାଥପୁର ରାସ୍ତାରେ ଦୁର୍ବୁତ୍ତମାନେ ଏକ ବାଇକ ଓ ସ୍କୁଟିରେ ଆସି ବିନୋଦଙ୍କ ବାଇକକୁ ଧକ୍କା ଦେବା ସହ ମାଡ଼ ମାରି ଭୟ ଦେଖାଇ ପାଖରେ ଥିବା ପ୍ରାୟ ୧୦ଲକ୍ଷ  ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି । ଅନ୍ୟପଟେ ଏହି ଘଟଣାଟିକୁ ୪ଦିନ ବିତିଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି ।  ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ଆଣିଛନ୍ତି ସୁନା ବ୍ୟବସାୟୀ ।