କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ପୁଣି ଚୋରି ଉଦ୍ୟମ । IRC ଭିଲେଜରେ ଥିବା ଆଉ ଏକ ଘରେ ପଶିଥିଲା ଚୋର । ଘରେ ଚୋର ପଶିଥିବା ସିସି ଟିଭିରେ ହୋଇଛି କଏଦ୍ । ଝରକା ଖୋଲି ଘର ଭିତରକୁ କରିଥିଲା ଉଦ୍ୟମ,ଘରର କର୍ମଚାରୀ ଦେଖିବାରୁ ଦୌଡିବାକୁ ଲାଗିଲା । ଅଭିଯୁକ୍ତକୁ କାବୁ କରି ପଚରାଉଚରା କରୁଛି ପୋଲିସ । ଗତ ୨୫ ତାରିଖ ରାତିରେ ମଧ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ନୟାପଲ୍ଲୀସ୍ଥିତ ଘରୁ ହୋଇଥିଲା ଚୋରି । ନଗଦ ଟଙ୍କା ସହ ସମସ୍ତ ସୁନା ଅଳଙ୍କାର ଲୁଟ୍ କରି ଝରକା ବାଟ ଦେଇ ଲୁଟେରା ହୋଇଥିଲା ଫେରାର ।