କନକ ବ୍ୟୁରୋ : ବିଳମ୍ବିତ ରାତିରେ ତାଲା ଭାଙ୍ଗି ଗ୍ରାହକ ସେବା କେନ୍ଦ୍ରରୁ ଲୁ୍‌ଟ୍‌ । ବସ୍ତା ଥାନା ଜୁଣବଳଦା ସ୍ଥିତ ଏସବିଆଇ କିଓସ୍କ ବ୍ୟାଙ୍କରୁ ତାଲା ଭାଙ୍ଗି ଲୁଟ ହୋଇଛି । ନଗଦ ଏକଲକ୍ଷ ଟଙ୍କା ସମେତ କମ୍ପ୍ୟୁଟର, ଲାପଟପ୍, ପ୍ରିଣ୍ଟର ସହିତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।  ଆନୁମାନିକ ୩ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଲୁଟ ହୋଇଛି । ଗତକାଲି ଅପରାହ୍ନରେ ବ୍ୟାଙ୍କ ବନ୍ଦ କରି କର୍ମଚାରୀ ମାନେ ଯାଇଥିଲେ । ଆଜି ସକାଳେ ପାଖ ଘର ଲୋକେ ତାଲା ଭଙ୍ଗା ଯାଇଥିବା ଦେଖି ବ୍ୟାଙ୍କ ମାଲିକଙ୍କୁ ଖବର ଦେଇଥିଲେ । ତେବେ ବ୍ୟାଙ୍କରୁ ନଗଦ ଏକ ଲକ୍ଷ ଟଙ୍କା ସମେତ କମ୍ପ୍ୟୁଟର, ଲାପଟପ୍, ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟ ହୋଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି ।