କନକ ବ୍ୟୁରୋ: ପ୍ରେମରେ ଆଜିକାଲି କେତେ ମାତ୍ରାରେ ଧୋକା ମିଳୁଛି ତାହା ଆମେ ପ୍ରତିଦିନ ଦେଖନ୍ତି, ଶୁଣନ୍ତି…ପ୍ରେମରେ ଧୋକା ଖାଇବା ପରେ କିଏ କିଏ ଜୀବନ ହାରୁଛନ୍ତି ତ ଆଉ କିଏ କିଏ ମାନସିକ ଭାରସ୍ୟାମ ହରାଇ ବସୁଛନ୍ତି । ହେଲେ ଏବେ ଯେଉଁମାନେ ପ୍ରେମରେ ଧୋକା ଖାଇଛନ୍ତି ସେମାନଙ୍କ ଲାଗି ଏକ କମ୍ପାନୀ ଚାକିରି ସୃଷ୍ଟି କରୁଛି । ଏଥିରେ ସମସ୍ତେ ଆବେଦନ କରିପାରିବେ ନାହିଁ ବରଂ ଯେଉଁମାନେ ପ୍ରେମରେ ଧୋକା ଖାଇଛନ୍ତି ସେମାନଙ୍କୁ ହିଁ ନିଯୁକ୍ତି ସୁଯୋଗ ମିଳିବ । ଇଏ ପୁଣି ଆମ ଭାରତ ଭିତରେ । ହଁ…ଠିକ୍ ପଢିଛନ୍ତି ଆପଣ । ଭାରତର ବେଙ୍ଗାଲୁରୁ ସହରରେ ଏବେ ଏମିତି ଚାକିରିକୁ ନେଇ ଭାରି ଚର୍ଚ୍ଚା ।
ଆଶ୍ଚର୍ଯ୍ୟ ଲାଗିଲେ ବି ସତ
ବ୍ରେକ୍ଅପ୍ ହେଲେ ଆପଣ ହେବେ ଅଫିସର
ବାହାରିଲା ନିଯୁକ୍ତି ସୁଯୋଗ
ବେଙ୍ଗାଲୁରୁର ଘରୋଇ କମ୍ପାନୀ ଟପ୍ ମେଟ୍
ଡେଟିଂ ଅଫିସର ପାଇଁ ବାହାର କଲା ନିଯୁକ୍ତି
ସୋସିଆଲ ମିଡିଆରେ ବଢିଲା ଚର୍ଚ୍ଚା
ବେଙ୍ଗାଲୁରୁର ଘରୋଇ କମ୍ପାନୀକୁ ନେଇ ବଢିଲା ଚର୍ଚ୍ଚା । କାରଣ ଯେଉଁମାନେ ବ୍ରେକ୍ଅପ୍ର ଶିକାର ହୋଇଛନ୍ତି ସେମାନଙ୍କୁ ମିଳିବ ଚାକିରି । ଖାଲି ଚାକିରି ନୁହେଁ ବରଂ ଉଚ୍ଚ ବେତନ ମିଳିବ ବୋଲି କମ୍ପାନୀ କହିଛି । ଚାକିରି ଲାଗି ଯୋଗ୍ୟତା କଥା ଯଦି କହିବେ ତାହା ହେଉଛି ଜୀବନରେ ଥରେ ହେଲେ ଯେମିତି ପ୍ରେମରେ ଧୋକା ଖାଇଥିବେ ଅର୍ଥାତ୍ ବ୍ରେକ୍ଅପ୍ ହୋଇଥିବା ଦରକାର । ସୂଚନା ଅନୁସାରେ, ସଂପୃକ୍ତ କମ୍ପାନୀ ଚିଫ୍ ଡେଟିଂ ଅଫିସର ପୋଜିସନ୍ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଯେଉଁମାନେ ଏହି ଚାକିରି ଲାଗି ଆବେଦନ କରିବେ ସେମାନେ ଅନଲାଇନ୍ ଡେଟିଂ , ବ୍ରେକଅପ୍ ଓ ଲଭ୍ର ବିଟ୍ ଟୁ ବିଟ୍ ଜାଣିଥିବାର ଆବଶ୍ୟକତା ରହିଛି । ଯେଉଁମାନେ ଏହି ଯୋଗ୍ୟତା ରଖିଥିବେ ସେମାନେ ଚାକିରି ପାଇବେ ବୋଲି କୁହାଯାଉଛି । ଏହାସହ ବ୍ରେଡକ୍ରମ୍ବିଙ୍ଗ ଓ ଘୋଷ୍ଟିଙ୍ଗ ପରି ଶବ୍ଦ ସହିତ ପରିଚିତ ଥିବା ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯିବ। ଗୋଟିଏ ବ୍ରେକ ଅପ ସହିତ ଦୁଇଟି ସିଚୁଏସନ ଓ ୩ଟି ଡେଟରେ ଯାଇଥିବା ଲୋକଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କୁହାଯାଉଛି ।
ଅନେକ ସମୟରେ ଦେଖାଯାଇଛି କି, ପିଲାମାନଙ୍କର ବ୍ରେକଅପ୍ ହେଲେ ସେମାନେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରୁଥିବା ଦେଖାଯାଇଛି । ଖାଲି ଏତିକି ନୁହେଁ ସେମାନେ ଅବସାଦରେ ଥିବା ପରି ବି ମନେ ହେଉଛି । ହେଲେ ଏବେ କମ୍ପାନୀ କେବଳ ପ୍ରେମରେ ଧୋକା ଖାଇଥିବା ବ୍ୟକ୍ତିଙ୍କ ଲାଗି ଚାକିରି ସୃଷ୍ଟି କରୁଥିବା କାରଣରୁ ଏବେ ସେହି କମ୍ପାନୀକୁ ନେଇ ଏବେ ଭାରି ଚର୍ଚ୍ଚା । ତେବେ ସମୟ କହିବ କେବେ ଏହି କମ୍ପାନୀ ଆରମ୍ଭ କରୁଛି ନିଯୁକ୍ତି ପ୍ରକ୍ରିୟା ଏବଂ କେବେ ପିଲା ପାଉଛନ୍ତି ଚାକିରି ।