ବିପର୍ଯ୍ୟୟ ମୁକାବିଲା ଲାଗି ହେବ ଦୀର୍ଘ ମିଆଦି ଯୋଜନା: ରାଜ୍ୟ ସରକାର ଆଣିବେ ସ୍ୱତନ୍ତ୍ର ବଜେଟ୍‌

Advertisment

ବନ୍ୟାଠାରୁ ବାତ୍ୟା ଯାଏଁ, ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି । ଅଧା ଓଡ଼ିଶା ଉପରେ ଏହାର ପ୍ରଭାବ ପଡୁଛି । ଜିରୋ କାଜୁଆଲିଟି ନୀତିରେ ଯେତେ ମୁକାବିଲା କଲେ ବି ବିପର୍ଯ୍ୟୟ ବେଳେ ବହୁ କ୍ଷତି ସହୁଛି ରାଜ୍ୟ ।

ବନ୍ୟାଠାରୁ ବାତ୍ୟା ଯାଏଁ, ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି । ଅଧା ଓଡ଼ିଶା ଉପରେ ଏହାର ପ୍ରଭାବ ପଡୁଛି । ଜିରୋ କାଜୁଆଲିଟି ନୀତିରେ ଯେତେ ମୁକାବିଲା କଲେ ବି ବିପର୍ଯ୍ୟୟ ବେଳେ ବହୁ କ୍ଷତି ସହୁଛି ରାଜ୍ୟ ।

7 PM 5Kk

Photograph: (kanak news)

କନକ ବ୍ୟୁରୋ: ବନ୍ୟାଠାରୁ ବାତ୍ୟା ଯାଏଁ, ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି । ଅଧା ଓଡ଼ିଶା ଉପରେ ଏହାର ପ୍ରଭାବ ପଡୁଛି । ଜିରୋ କାଜୁଆଲିଟି ନୀତିରେ ଯେତେ ମୁକାବିଲା କଲେ ବି ବିପର୍ଯ୍ୟୟ ବେଳେ ବହୁ କ୍ଷତି ସହୁଛି ରାଜ୍ୟ । ତେବେ ପ୍ରତିବର୍ଷ ଆସୁଥିବା ଏହି ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ଦୀର୍ଘ କାଳୀନ ଯୋଜନା କରୁଥିବା ଜଣାପଡ଼ିଛି । 

ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଓଡ଼ିଶା । ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟରେ ପାଣିରେ ପଡୁଛି ହଜାର ହଜାର କୋଟି ଟଙ୍କା। ବର୍ଷ ବର୍ଷ ଧରି ଏମିତି ଚାଲି ଆସିଛି। କିନ୍ତୁ ମୋହନ ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ। କହିଛନ୍ତି, ସରକାର ଏଥିପାଇଁ ସ୍ୱତନ୍ତ୍ର ବଜେଟ୍‌ ଆଣିବାକୁ ଯୋଜନା କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଘରଦ୍ବାର ଭାଙ୍ଗୁଥିବାରୁ ବାତ୍ୟା, ବନ୍ୟାପ୍ରବଣ ଅଞ୍ଚଳରେ ପିଏମ୍ ଆବାସ ଅନୁଦାନ ରାଶି ବଢ଼ାଇବାକୁ ସରକାର ବିଚାର କରୁଛନ୍ତି । ଯୋଜନା ଅନୁସାରେ ବାତ୍ୟା, ବନ୍ୟା ଅଞ୍ଚଳରେ ଘରର ଫାଉଣ୍ଡେସନ୍‌ ଉଚ୍ଚା ରହିବ । ଫଳରେ ବିପର୍ଯ୍ୟୟ ବେଳେ କ୍ଷୟକ୍ଷତି କମିବ । ନୂଆ ସରକାର ହୋଇଥିବାରୁ ସମସ୍ୟାକୁ ଦେଖି, ବୁଝି ପଦକ୍ଷେପ ନିଆଯାଉଛି ବୋଲି କହଛନ୍ତି ମନ୍ତ୍ରୀ । 

ସେପଟେ ଏହାକୁ ବିଜେପିର ଦୋ ମୁହାଁ ଚରିତ୍ର କହି ବର୍ଷିଛି ବିଜେଡି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଥିଲା ରୋଲ୍‌ ମଡେଲ୍‌ । ଦୀର୍ଘ ମିଆଦି ଯୋଜନା ପାଇଁ ପୂର୍ବରୁ ବିଜେଡି ସରକାର ବହୁବାର ଦାବି କରିଥିଲେ ବି କେନ୍ଦ୍ରର ବିଜେପି ସରକାର ଏହାକୁ ଶୁଣି ନ ଥିବା କହି ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ବିଜେଡି ବିଧାୟକ । 

ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଲାଗି ୮ ହଜାର ୩୪୯ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ପାଖାପାଖି ୨୫ ହଜାର ୫୦୦ କୋଟି ଟଙ୍କା ସରକାର ହରାଉଛନ୍ତି। ତେବେ ଏହାର ସ୍ଥାୟୀ ସମାଧାନ ଲାଗି ନୂଆ ସରକାର ପ୍ରସ୍ତୁତ କରୁଥିବା ଖସଡ଼ା କେତେ କାର୍ଯ୍ୟକାରୀ ହେଉଛି ତାହା ଆଗାମି ଦିନରେ ସ୍ପଟ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe