ରାସନ ପାଇଁ ରାତି ଅନିଦ୍ରା ; ରାତି ୧୦ଟାରୁ କଣ୍ଟ୍ରୋଲ ଦୋକାନ ଆଗରେ ଲମ୍ବା ଲାଇନ୍ ।

ବାଲେଶ୍ୱରରେ ରାସନ ପାଇଁ ରାତି ଅନିଦ୍ରା  । ରାତି ୧୦ଟାରୁ ଧାଡି ବାନ୍ଧୁଛନ୍ତି ଲୋକ । ରାସନ କାର୍ଡ, ପଥର ରଖି ଲଗାଉଛନ୍ତି ଧାଡ଼ି  । ନୂଆ ବ୍ୟବସ୍ଥା ଲାଗୁ ପରଠୁ ହଇରାଣ ହେଉଛନ୍ତି ହିତାଧିକାରୀ  । ଦିନକୁ ୫୦ ଜଣଙ୍କୁ ମିଳୁଛି ରାସନ ସାମଗ୍ରୀ  ।  

6ration

କନକ ବ୍ୟୁରୋ: ରାସନ ପାଇଁ ରାତି ୯ଟାରୁ ଧାଡ଼ି । ବାଲେଶ୍ୱର ଜିଲ୍ଲା ସହଦବଖୁଣ୍ଟାରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ସକାଳ ୮ଟାରେ କଣ୍ଟ୍ରୋଲ ଦୋକାନ ଖୋଲିବ । କିନ୍ତୁ ରାତିରେ ଆରମ୍ଭ ହୋଇଗଲାଣି ଧାଡି । ଲୋକ ନିଜ ରାସନ କାର୍ଡକୁ ଆଣି ଧାଡିରେ ଲଗାଉଛନ୍ତି ତ କିଏ ପଥର ରଖି ଧାଡିରେ ଲାଗୁଛି । ରାତି ତମାମ ଲୋକ ଧାଡ଼ିରେ ଜଗି ରହୁଛନ୍ତି । ନୂଆ ବ୍ୟବସ୍ଥା ହୋଇଥିବାରୁ ମାତ୍ର ୪୦ରୁ ୫୦ ଜଣଙ୍କୁ ତିନି ମାସର ରାସନ ସାମଗ୍ରୀ ମିଳିବ । ତେଣୁ ଆଗରେ ନଥିଲା ଚାଉଳ ପାଇବା କଷ୍ଚକର ହୋଇପଡୁଛି । ଏଭଳି ସ୍ଥିତିରେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ହିତାଧିକାରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe