ୟୁରିଆ ସାର ପାଇଁ ଲମ୍ବା ଧାଡ଼ି ; ଛତ୍ରପୁରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ

Advertisment

ଛତ୍ରପୁରରେ ୟୁରିଆ ସାର ପାଇଁ ଲମ୍ବା ଧାଡ଼ି  । ସରକାରଙ୍କ ଚେତାବନୀ ସତ୍ତ୍ବେ ଚଢ଼ା ଦରରେ ବିକ୍ରି କରୁଛନ୍ତି ଦୋକାନୀ । ସାର ପାଇଁ ୩ ଘଣ୍ଟା ଅପେକ୍ଷା କରି ଫେରିଲେ ଚାଷୀ ।

ଛତ୍ରପୁରରେ ୟୁରିଆ ସାର ପାଇଁ ଲମ୍ବା ଧାଡ଼ି  । ସରକାରଙ୍କ ଚେତାବନୀ ସତ୍ତ୍ବେ ଚଢ଼ା ଦରରେ ବିକ୍ରି କରୁଛନ୍ତି ଦୋକାନୀ । ସାର ପାଇଁ ୩ ଘଣ୍ଟା ଅପେକ୍ଷା କରି ଫେରିଲେ ଚାଷୀ ।

06

କନକ ବ୍ୟୁରୋ: ଛତ୍ରପୁରରେ ସାର ପାଇଁ ଲମ୍ବା ଧାଡ଼ି । ସରକାରଙ୍କ ଚେତାବନୀ ସତ୍ତ୍ବେ ଚଢ଼ା ଦରରେ ବିକ୍ରି କରୁଛନ୍ତି ଦୋକାନୀ । କ୍ୟାମେରା ଦେଖି ଦୋକାନ ବନ୍ଦ କଲେ ଦୋକାନୀ । ଗଞ୍ଜାମ ସହରର ମୁଖ୍ୟ ବଜାରରେ ରହିଥିବା  ବଜରଙ୍ଗୀ କୃଷକ ସାଥି ଷ୍ଟୋରରେ ସାର ଚଢ଼ା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି l ସାର ପାଇଁ ଚାଷୀ ମାନେ ଦୀର୍ଘ ୩ ଘଣ୍ଟା ଧରି ଅପେକ୍ଷା କରି ରହିଛନ୍ତି  l ଏଵେ ଦୋକାନ ବନ୍ଦ ହୋଇଯିବା ଫଳରେ ଚାଷୀମାନେ ସାର ନପାଇ ହଇରାଣ ହେଉଥିବା ଦେଖିବାକୁ ମିଳିଛି  l ଘଟଣାର ଖବର ପାଇ ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି  l ମୋଟ ୨୨୫ ବସ୍ତା ସାର ଆସିଛି ସେଗୁଡ଼ିକ ପିଓସ୍ ମେସିନରେ ନ ଚଢ଼ିବା ଯୋଗୁଁ ଦୋକାନୀ ସାର ବିକ୍ରି କରିପାରୁନାହାନ୍ତି  l ଲୋକଙ୍କୁ ଡକାଯାଇ କାହିଁକି ହଇରାଣ କରାଯାଇଛି ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ l ସେପଟେ ୧୦ ହଜାର ଚାଷୀଙ୍କ ପାଇଁ ୨୨୫ ବସ୍ତା ସାର ପର୍ଯ୍ୟାପ୍ତ ହେଉନାହିଁ ଏବଂ ଏଠି କୌଣସି କଳା ବଜାର କରାଯାଉନଥିବା କହିଛନ୍ତି ଲାଇସେନ୍ସ ପ୍ରାପ୍ତ ୟୁରିଆ ସାର ଦୋକାନୀ ଏସ. ମୁରଲୀ ରେଡ୍ଡୀ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe