କନକ ବ୍ୟୁରୋ: ଇ-କେୱାଇସି ପାଇଁ ଲମ୍ବା ଲାଇନ୍  । ଇ-କେୱାଇସି ନଭରିଲେ ହିତାଧିକାରୀଙ୍କୁ ମିଳିବନି ରାସନ ସାମଗ୍ରୀ । ଏଥିପାଇଁ କଣ୍ଟ୍ରୋଲ ଡିଲରଙ୍କ ପାଖରେ ଲାଇନ ଲଗାଉଛନ୍ତି ହିତାଧିକାରୀ । କିନ୍ତୁ ଡିଲରମାନେ ଟୁ-ଜି ସପୋର୍ଟ ମେସିନ ବ୍ୟବହାର କରୁଥିବାରୁ ଲିଙ୍କ୍‌ ଫେଲ ସମସ୍ୟା ଦେଖାଦେଉଛି । ଯେଉଁଥିପାଇଁ କଣ୍ଟ୍ରୋଲ ଡିଲରଙ୍କ ପାଖରେ ଲମ୍ବା ଧାଡ଼ି ଦେଖିବାକୁ ମଳିଛି । କଟକରେ ଏଭଳି ସମସ୍ୟା ଦେଖାଦେଇଥିବା ବେଳେ ମାସେ ମଧ୍ୟରେ ଇ-କେୱାଇସି ପ୍ରକ୍ରିୟା କେମିତି ସରିବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ସେପଟେ ଏହାର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।