ଅଧପନ୍ତରିଆ ବହୁ ପ୍ରତୀକ୍ଷିତ କଳାମଣ୍ଡଳ ପ୍ରକଳ୍ପ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ନାନା ସମସ୍ୟାର ସମ୍ମୁଖୀନ ଆୟୋଜକ

Advertisment

ରାଜଧାନୀରେ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ  ପରିବେଷଣ ପାଇଁ ପ୍ରେକ୍ଷାଳୟର ଅଭାବକୁ ଆଖିରେ ରଖି ୨୦୦୩ରେ ହୋଇଥିଲା କଳାମଣ୍ଡଳର ପରିକଳ୍ପନା। କେନ୍ଦ୍ର ସରକାର ଏଥିପାଇଁ ପ୍ରଦାନ କରିଥିଲେ ୨ କୋଟି ୩୦ଲକ୍ଷ ଟଙ୍କା। ଏହା ମଧ୍ୟରେ ୨ ହଜାର ଆସନ ବିଶିଷ୍ଟ ମେଗା ଅଡିଟୋରିୟମ ସମେତ ୫୦୦ ଆସନ ବିଶିଷ୍ଟ ଆମ୍ପି ଥିଏଟର୍, ଗୋଟିଏ କଳାଗ୍ରାମ, ସଂଗ୍ରହାଳୟ, ମୁକ୍ତାକାଶ ମଞ୍ଚ, ଅତିଥି ଭବନ କରାଯିବାକୁ ଯୋଜନା କରାଯାଇଥିଲା

A8

କନକ ବ୍ୟୁରୋ : ତାରିଖ ପରେ ତାରିଖ ଦିଆଯାଉଛି। ବର୍ଷ ପରେ ବର୍ଷ ବିତୁଛି। ହେଲେ ସରୁନି କାମ। ଆମେ କହୁଛୁ ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ନିର୍ମାଣାଧୀନ ବହୁ ପ୍ରତୀକ୍ଷିତ କଳାମଣ୍ଡଳ ପ୍ରକଳ୍ପ କଥା। ଅନ୍ୟପଟେ ରାଜଧାନୀରେ ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ ପାଇଁ ଆୟୋଜକମାନେ ନାନା ସମସ୍ୟାରେ ପଡ଼ୁଛନ୍ତି।

ରାଜଧାନୀରେ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ  ପରିବେଷଣ ପାଇଁ ପ୍ରେକ୍ଷାଳୟର ଅଭାବକୁ ଆଖିରେ ରଖି ୨୦୦୩ରେ ହୋଇଥିଲା କଳାମଣ୍ଡଳର ପରିକଳ୍ପନା। କେନ୍ଦ୍ର ସରକାର ଏଥିପାଇଁ ପ୍ରଦାନ କରିଥିଲେ ୨ କୋଟି ୩୦ଲକ୍ଷ ଟଙ୍କା। ଏହା ମଧ୍ୟରେ ୨ ହଜାର ଆସନ ବିଶିଷ୍ଟ ମେଗା ଅଡିଟୋରିୟମ ସମେତ ୫୦୦ ଆସନ ବିଶିଷ୍ଟ ଆମ୍ପି ଥିଏଟର୍, ଗୋଟିଏ କଳାଗ୍ରାମ, ସଂଗ୍ରହାଳୟ, ମୁକ୍ତାକାଶ ମଞ୍ଚ, ଅତିଥି ଭବନ କରାଯିବାକୁ ଯୋଜନା କରାଯାଇଥିଲା। ସରକାରୀ ଉଦାସୀନତା, ଜମିଜମା ବିବାଦ ଭଳି ବହୁ ଘାତ ପ୍ରତିଘାତର ସମାଧାନ ପରେ ୨୦୧୮ରେ ଏ ପ୍ରକଳ୍ପର ନିଅଁ ପଡ଼ିଲା। ଆଉ ଏଯାଏଁ କାମ ଚାଲିଛି ଯେ ଚାଲିଛି।

ଅଧିକ ପଢ଼ନ୍ତୁ : ଦେଶରେ ଗଞ୍ଜେଇର ରାଜଧାନୀ ଓଡ଼ିଶା, ଏକ ନମ୍ବର ହୋଇ କଲା ଅଲୋଡ଼ା ରେକର୍ଡ

ପ୍ରକଳ୍ପ ପାଇଁ ବାରମ୍ବାର ବଦଳୁଛି ଡେଡଲାଇନ୍ ସମୟ। ନୂଆ ସରକାର ଆସିବା ପରେ ବିଭାଗୀୟ ମନ୍ତ୍ରୀ କହିଥିଲେ, ୨୦୨୫ ମାର୍ଚ୍ଚରେ ସରିବ। ତାହା ମଧ୍ୟ ହେଲାନାହିଁ। ପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ଆସନ୍ତା ମେ ମାସ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଏବେ ସାଂସ୍କୃତିକ କାର୍ଯ୍ୟକ୍ରମ  ସଂଖ୍ୟା ବଢ଼ିଚାଲିଛି। କିନ୍ତୁ ଏହି ଅନୁଯାୟୀ ପ୍ରେକ୍ଷାଳୟ ନାହିଁ। ତୁରନ୍ତ କଳାମଣ୍ଡଳ କାମ ସାରିବା ସହ ଏହିଭଳି ଆହୁରି ପ୍ରେକ୍ଷାଳୟ କରିବାକୁ ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe