ସେ ଚିକେନ୍ ଖାଇଥିଲେ ,ଏ କୀର୍ତ୍ତନ କଲେ : KFC ବାହାରେ ଶୁଭିଲା ‘ହରେ ରାମ ହରେ କୃଷ୍ଣ’ , ଇସ୍କନ ଭକ୍ତଙ୍କ ନିଆରା ପ୍ରତିବାଦ

Advertisment

ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଜଣେ ୟୁଟ୍ୟୁବର୍ ଇସ୍କନ୍ ରେଷ୍ଟୁରାଣ୍ଟରେ ପଶି କର୍ମଚାରୀଙ୍କୁ ଏବଂ ସେଠାରେ ଉପସ୍ଥିତ ଥିବା ଗ୍ରାହକଙ୍କୁ ଚିକେନ୍ ପିସ୍ ଖାଇବା ପାଇଁ କହୁଥିବାର ନଜର ଆସିଥିଲେ ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଜଣେ ୟୁଟ୍ୟୁବର୍ ଇସ୍କନ୍ ରେଷ୍ଟୁରାଣ୍ଟରେ ପଶି କର୍ମଚାରୀଙ୍କୁ ଏବଂ ସେଠାରେ ଉପସ୍ଥିତ ଥିବା ଗ୍ରାହକଙ୍କୁ ଚିକେନ୍ ପିସ୍ ଖାଇବା ପାଇଁ କହୁଥିବାର ନଜର ଆସିଥିଲେ ।

KFC KIRTAN

KFC KIRTAN Photograph: (KanakNews)

କନକ ବ୍ୟୁରୋ : ଲଣ୍ଡନ ସ୍ଥିତ ଇସ୍କନର ଶୁଦ୍ଧ ଶାକାହାରୀ ଗୋବିନ୍ଦା ରେଷ୍ଟୁରାଣ୍ଟରେ ଜଣେ କୃଷ୍ଣକାୟ ୟୁଟ୍ୟୁବର୍ ପଶି KFC ଚିକେନ୍ ଲେଗପିସ୍ ଖାଇବା ଘଟଣା ପ୍ରତିଟି ଭାରତୀୟଙ୍କ ମନକୁ ବ୍ୟଥିତ କରିବା ସହ ଆନ୍ଦୋଳିତ କରିଛି । କିଛି ଦିନ ତଳେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଜଣେ ୟୁଟ୍ୟୁବର୍ ଇସ୍କନ୍ ରେଷ୍ଟୁରାଣ୍ଟରେ ପଶି କର୍ମଚାରୀଙ୍କୁ ଏବଂ ସେଠାରେ ଉପସ୍ଥିତ ଥିବା ଗ୍ରାହକଙ୍କୁ ଚିକେନ୍ ପିସ୍ ଖାଇବା ପାଇଁ କହୁଥିବାର ନଜର ଆସିଥିଲେ । ଏହି ଘଟଣାକୁ ୩ ଦିନ ବିତି ଯାଇଥିବା ବେଳେ ବର୍ତ୍ତମାନ ଏହାର ନୂଆ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ନୂଆ ଭିଡିଓରେ ଇସ୍କନ୍ ଭକ୍ତ କେଏଫସି ରେଷ୍ଟୁରାଣ୍ଟର ଆଉଟଲେଟ୍ ବାହାରେ ଛିଡ଼ା ହୋଇ କୀର୍ତ୍ତନ କରୁଥିବାର ନଜର ଆସୁଛନ୍ତି । 

KFC CHICKEN
KFC CHICKEN Photograph: (KANAKNEWS)

ଏହି ଚିକେନ୍ ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ଥମି ନଥିବା ବେଳେ ପୁଣିଥରେ କେଏଫସି ବାହାରେ କୀର୍ତ୍ତନ କରିବା ଭିଡିଓ ପୁଣି ହଇଚଇ ସୃଷ୍ଟି କରିଛି । ଏହି ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆ ୟୁଜର୍ସ ଏବଂ ଇସ୍କନ ଭକ୍ତ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଇସ୍କନକୁ ଗ୍ରହଣ କରିଥିବା କିଛି ଭକ୍ତଙ୍କ କହିବାନୁସାରେ କେଏଫସି ବାହାରେ ଇସ୍କନର ଏଭଳି କୀର୍ତ୍ତନ କରିବା ଆଦୌ ଶୋଭନୀୟ ନୁହେଁ । 

କୀର୍ତ୍ତନ କରିଥିବା ଭକ୍ତଙ୍କ କହିବାନୁସାରେ ଏହି ନିଆରା ପଦକ୍ଷେପ ଲୋକଙ୍କୁ ସାତ୍ତ୍ବିକ ଏବଂ ଶାକାହାରୀ ଭୋଜନ ଆଡ଼କୁ ପ୍ରେରିତ କରାଯିବା ପାଇଁ ଉଠାଯାଇଛି । ଇସ୍କନ ଭକ୍ତଙ୍କ ଉଦ୍ଦେଶ୍ୟ ଲୋକଙ୍କୁ ମାଂସାହାରଠାରୁ ଦୂରରେ ରଖିବା । ଭିଡିଓରେ ଦେଖାଯାଉଛି କି ପାରମ୍ପରିକ ବସ୍ତ୍ର ପିନ୍ଧି ଭକ୍ତ ମୃଦଙ୍ଗ ବଜାଇ କେଏଫସି ଆଗରେ କୀର୍ତ୍ତନ କରୁଛନ୍ତି । ହରେ ରାମ ହରେ କୃଷ୍ଣ ବୋଲି କେଏଫସି ରେଷ୍ଟୁରାଣ୍ଟର ଗ୍ରାହକଙ୍କୁ ମଧ୍ୟ କୀର୍ତ୍ତନ କରାଉଛନ୍ତି । ସୋସିଆଲ୍ ମିଡିଆରେ ୟୁଜର୍ସ ଏହି ଭିଡିଓ ଉପରେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ଏହାକୁ ଭକ୍ତଙ୍କ ପ୍ରଚାର ବୋଲି କହୁଥିବା ବେଳେ ଆଉ କିଛି ଲୋକ ବାଃ ବାଃ କରୁଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe