କନକ ବ୍ୟୁରୋ : ବାରିପଦା ସହର ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ଛକ ନିକଟରେ ଥିବା ରାଜେଶ ମହାପାତ୍ର ଜୁଏଲର୍ସ ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଚୋରି ହୋଇଥିବାର ସୂଚନା ମିଳିଛି ।  ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ଏହା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଚୋରମାନେ ପ୍ରଥମେ ଦୋକାନର ସିସିଟିଭି କ୍ୟାମେରା ଉପରେ ବ୍ଲାକ୍ ସ୍ପ୍ରେ କରି ଦୃଶ୍ୟ ଅସ୍ପଷ୍ଟ କରିଥିଲେ । 

Advertisment

ଓଡ଼ିଶାରେ ଗଠନ ହେବ ନୂଆ ଆଞ୍ଚଳିକ ଦଳ: ବଡ଼ ସଙ୍କେତ ଦେଲେ ମୋକିମ

ପରେ ଗ୍ୟାସ୍ କଟର୍ ମାଧ୍ୟମରେ ତାଲା ଓ ଗ୍ରିଲ କାଟି ଦୋକାନ ଭିତରକୁ ପଶି ଲୋକର ଭାଙ୍ଗି ସୁନା–ରୁପା ଗହଣା ନେଇଯାଇଥିଲେ। ଚୋରମାନେ ସିସିଟିଭିର ହାର୍ଡଡିସ୍କକୁ ମଧ୍ୟ ନିଜ ସହିତ ନେଇଯାଇଥିବା କୁହାଯାଉଛି। ଘଟଣା ସ୍ଥଳରେ ଭଞ୍ଜପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ଗହଣା ଦୋକାନର ମାଲିକଙ୍କ ବକ୍ତବ୍ୟ ଅନୁସାରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଛି। ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ମାମଲା ରୁଜୁ କରିଛି ।