କନକ ବ୍ୟୁରୋ : ଦେବଗଡ଼ ପୌରଞ୍ଚଳରେ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ୮ଟି ଗୌଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିଲା । ସେଥିପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ୪୦ଲକ୍ଷ ଖର୍ଚ୍ଚ ହୋଇଛି । ହେଲେ ପୌର ପରିଷଦର ଅବହେଳା ପାଇଁ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି । ମରାମତି କରାଯାଉନାହିଁ । ଫଳରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ଶୌଚାଳୟ । ଫଳରେ ଲୋକମାନେ ଶୌଚ ପାଇଁ ବାହାରକୁ ଯାଉଥିବା ଦେଖିବାକୁ ମିଳୁଛି ।

Advertisment

୨୦୧୭ ଅଗଷ୍ଟ ୩ରେ ଦେବଗଡ଼କୁ ପ୍ରଥମ ବାହ୍ୟ ମଳମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଦେବଗଡ ପୌରାଞ୍ଚଳକୁ ୨୦୧୮ ଏପ୍ରିଲ ୩ରେ ବାହ୍ୟ ମଳମୁକ୍ତ ସହର ଭାବେ ଘୋଷଣା କରାଗଲା । ତାହା କେବଳ କାଗଜ କଲମରେ ସୀମିତ । ଯାହା ବର୍ତ୍ତମାନର ସ୍ଥିତି ବଖାଣୁଛି । ତୁରନ୍ତ ଶୌଚାଳୟ ଗୁଡ଼ିକର ମରାମତି କରାଗଲେ ଦେବଗଡ଼ ପୌରାଞ୍ଚଳବାସୀ ଉପକୃତ ହୋଇପାରନ୍ତେ ।