କମ୍ପାନି ପାଇଁ ଯନ୍ତ୍ରଣା ଭୋଗୁଛନ୍ତି ଅଞ୍ଚଳବାସୀ ; ମୌଳିକ ସୁବିଧା ପାଇଁ ହେଉଛନ୍ତି କଲବଲ

Advertisment

ସର୍ବନିମ୍ନ ମୌଳିକ ସୁବିଧା ଟିକେ ପାଇଁ କଲବଲ ହେଉଛନ୍ତି ଲୋକେ । ଗାଁ ପଛ ପଟେ ହଳାହଳ ବିଷ କୁଣ୍ଡ । ଅନବରତ ନାଲି ରଙ୍ଗର ବିଷ ଉଗାରୁଛି କମ୍ପାନି । ଯାହାର ଜ୍ୱାଳାରେ ଗାଁରେ ମାତିଛି ଯାବତୀୟ ରୋଗ ।

ସର୍ବନିମ୍ନ ମୌଳିକ ସୁବିଧା ଟିକେ ପାଇଁ କଲବଲ ହେଉଛନ୍ତି ଲୋକେ । ଗାଁ ପଛ ପଟେ ହଳାହଳ ବିଷ କୁଣ୍ଡ । ଅନବରତ ନାଲି ରଙ୍ଗର ବିଷ ଉଗାରୁଛି କମ୍ପାନି । ଯାହାର ଜ୍ୱାଳାରେ ଗାଁରେ ମାତିଛି ଯାବତୀୟ ରୋଗ ।

jengajaniguda

jengajaniguda Photograph: (kanak news)

କନକ ବ୍ୟୁରୋ :କୁହାଯାଏ , ଶିଳ୍ପ ଆସିଲେ, ବିକାଶ ବି ଆସେ । ବଦଳିଯାଏ ଅଞ୍ଚଳର କଳେବର । ସାମାଜିକ ଦାୟିତ୍ୱ ଭାବେ ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନତି କରେ କଂପାନୀ । ହେଲେ ରାଷ୍ଟ୍ରାୟତ୍ତ କଂପାନୀ କଡ଼ରେ ରହି କୋରାପୁଟ ଜିଲ୍ଲା ଡେଙ୍ଗାଜାନିଗୁଡ଼ା ବାସିନ୍ଦା କିପରି ନର୍କ ଯନ୍ତ୍ରଣା ଭୋଗୁଛନ୍ତି, ଆମେ ଗତକାଲି ଦେଖାଇଥିଲୁ ତାର ଦାରୁଣ ଚିତ୍ର । କେବଳ ରେଡ୍ ମଡ୍ ପଣ୍ଡ୍ ସମସ୍ୟା ନୁହେଁ । କିପରି ସର୍ବନିମ୍ନ ମୌଳିକ ସୁବିଧା ଟିକେ ପାଇଁ କଲବଲ ହେଉଛନ୍ତି ଲୋକେ । ଗାଁ ପଛ ପଟେ ହଳାହଳ ବିଷ କୁଣ୍ଡ । ଅନବରତ ନାଲି ରଙ୍ଗର ବିଷ ଉଗାରୁଛି କମ୍ପାନି । ଯାହାର ଜ୍ୱାଳାରେ ଗାଁରେ ମାତିଛି ଯାବତୀୟ ରୋଗ । କେବଳ ରୋଗର ବେଦନା ନୁହେଁ, କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି ଏହି ଗାଁର ନର୍କ ଯନ୍ତ୍ରଣା । ପିଇବା ପାଣି, ସ୍ୱାସ୍ଥ୍ୟ, ଶିକ୍ଷା, ବାସଗୃହ, ଜୀବନ ଜୀବିକା । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଡେଙ୍ଗାଜାନିଗୁଡ଼ା ଗାଁରେ ମାଳ ମାଳ ସମସ୍ୟା । ଅଧିକାଂଶ ମୂଲ ମଜୁରି ଲାଗୁଥିବା ଏହି ଗାଁରେ ପ୍ରାୟ ୧୩୦ଟି ଘର ଭିତରୁ ମାତ୍ର ୫ ଜଣଙ୍କୁ ଆବାସ ପକ୍କା ଘର ମିଳିଛି । ନଳକୂଅ ଅଛି, ପାଣି ବାହାରୁନି।  ପିଇବା, ରୋଷେଇ, ଗାଧୁଆପାଧୁଆ, ଚାଷ କାମ, ସବୁ ପାଇଁ ଏକମାତ୍ର ଭରସା ଝରଣା ପାଣି । ଯାହାକି ରେଡ୍‌ ମଡ୍ ପଣ୍ଡ୍‌ରୁ ନିସୃତ ବିଷାକ୍ତ ରାସାୟନିକ ପଦାର୍ଥ ମିଶି, ସମ୍ପୂର୍ଣ୍ଣ ପ୍ରଦୂଷିତ । ଏହାହିଁ ଲୋକଙ୍କ ରୋଗାକ୍ରାନ୍ତ ହେବାର ମୂଳ କାରଣ ବୋଲି ଅଭିଯୋଗ ହେଉଛି ।

ଶିକ୍ଷା କଥା ଦେଖିଲେ, ଗାଁରେ କେବଳ ପ୍ରାଥମିକ ସ୍କୁଲ ଅଛି । ୩୭ ପିଲା ପଢ଼ୁଛନ୍ତି । ସ୍କୁଲରେ ବି ନଳକୂଅ ଶୁଖିଲା ପଡ଼ିଛି। ୫ମ ଶ୍ରେଣୀ ପରେ ପିଲାମାନଙ୍କୁ ୫ କିଲୋମିଟର ଦୂର ରୁଞ୍ଜାଗୁଡ଼ାକୁ ଯିବାକୁ ପଡ଼ୁଛି । ୪୫ ବର୍ଷ ତଳେ ରାଷ୍ଟ୍ରାୟତ୍ତ ତିଆରି ହେବା ପରେ, ଜମି ଛାଡ଼ିଥିଲେ ୧୧ଟି ଗାଁ । ସବୁ ଗାଁ ବିସ୍ଥାପିତ ହୋଇସାରିଥିଲେ ବି, କେବଳ ଏଇ ଡେଙ୍ଗାଜାନିଗୁଡ଼ାକୁ ଛାଡ଼ି । ଏଠାକାର ଲୋକେ ଭାବିଥିଲେ, କମ୍ପାନି ବଦଳାଇଦେବ ଏଇ ଗାଁର ଭାଗ୍ୟ । ହେଲେ ବିଡ଼ମ୍ୱନା, ପାରିପାର୍ଶ୍ୱିକ ଉନ୍ନୟନର ନାଁ ଗନ୍ଧ ନାହିଁ । ବିକାଶ ନୁହେଁ, ବିଷ ଭେଟି ଦେଲା କମ୍ପାନି । ୫ ବର୍ଷ ତଳେ ଗାଁଠୁ ୨ଶହ ମିଟର ଦୂରରେ ଦ୍ୱିତୀୟ ରେଡ୍ ମଡ୍ ପଣ୍ଡ୍ କରିବା ପରେ, ଏହା ଲୋକଙ୍କ ପାଇଁ ଅଭିଶାପ ପାଲଟିଛି । ତେଣୁ ଲୋକଙ୍କ ଦାବି- ସୁବିଧା ଦିଅ, ନହେଲେ ବିସ୍ଥାପନ କର ।

ଅଧିକ ପଢ଼ନ୍ତୁ---ସ୍ୱେରେଜ୍ ଯନ୍ତ୍ରଣାରେ ଛଟପଟ ସମ୍ବଲପୁରବାସୀ, ଜିଲ୍ଲାପାଳଙ୍କ ଚିଠିକୁ ୱାଟକୋର ବେଖାତିର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe