କନକ ବ୍ୟୁରୋ: ପୁରୀ ଉପକୂଳ  ଅସ୍ତରଙ୍ଗ ଅଞ୍ଚଳରେ ବାତ୍ୟାକୁ ନେଇ ଲୋକେ ଭୟଭୀତ । 'ଦାନା' ମାଡ ହେବାକୁ ନେଇ ଆତଙ୍କିତ ଲୋକେ । ଆଶା, ଆଶଙ୍କାରେ ଲୋକେ କାଟୁଛନ୍ତି ଜୀବନ । କଚା ଘର ଉପରେ  ଲୋକେ ବାଲି ବସ୍ତା ରଖିବା ଆରମ୍ଭ କଲେଣି । ସମୁଦ୍ର କୂଳରେ ୨୫  ନୋଳିଆ ପରିବାର ଆତଙ୍କିତ ହୋଇ ନିଜ ଜାଲ ଓ ଡଙ୍ଗାକୁ  ସୁରକ୍ଷିତ ସ୍ଥାନକୁ ନେଉଛନ୍ତି । 
 

Advertisment
  • ଗ୍ୟାସ ଡିପୋରେ ଶହ ଶହ ଲୋକ  
  • କାଉଣ୍ଟରରେ ଠେଲାପେଲା ଓ ଧସ୍ତାଧସ୍ତି 

ଦାନା ପାଇଁ ଗୋପ ବ୍ଲକ ବେଗୁନିଆ ଛକରେ ଥିବା ଏକ ଗ୍ୟାସ ଗୋଦାମ ଓ ଡିପୋରେ ଶହ ଶହ ଲୋକ ଏକାଠି ହୋଇଛନ୍ତି । ସକାଳ ୭ଟାରୁ ଗ୍ୟାସ ପାଇଁ ଲମ୍ବା ଲାଇନରେ ରହି ନେବା ପାଇଁ ଭିଡ଼ ଲଗାଇବା ସହିତ ଗ୍ୟାସ କାଉଣ୍ଟରରେ ମଧ୍ୟ ଧସ୍ତାଧସ୍ତି ଦୃଶ୍ୟ ଦେଖିବାକୁ ମିଳିଛି । ଦୂରଦୂରାନ୍ତରୁ ଆସିଥିବା ଲୋକେ ଗ୍ୟାସ ନପାଇ ନିରାଶ ହୋଇ ଫେରିଛନ୍ତି ।
 

ବାତ୍ୟାକୁ ନେଇ ଚାଷୀ ବି ଭୟରେ । ରାଜ୍ୟର ବିଭିନ୍ନ ସ୍ଥାନରେ  ପାଚିଲା ଧାନକୁ ଏକାଠି କରୁଛନ୍ତି ଚାଷୀ । ପାଚିଲା ଧାନକୁ ତରବର ହୋଇ ଅମଳ କରୁଛି । ଆସ୍କାରେ କଞ୍ଚା ଧାନକୁ ଚାଷୀ କାଟି ନେଉଛି ।  ଖରିଫ ଓ  ରବି ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି । ବାତ୍ୟା ଭୟ ପାଇଁ ଆଗୁଆ ପୁରୀ ଛାଡ଼ିଲେ ଶହ ଶହ ସଂଖ୍ୟକ ପର୍ଯ୍ୟଟକ । ବିଭିନ୍ନ  ହୋଟେଲ , ଲଜ୍ ଓ ଧର୍ମଶାଳାରେ ରହି ପୁରୀରେ ଛୁଟି କାଟୁଥିବା ଏହି ପର୍ଯ୍ୟଟକ ମାନଙ୍କ ମନରେ ବାତ୍ୟା ଖବର ଶୁଣି ଛନକା ପଶିଛି । ଆଜି ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ବିଭିନ୍ନ ହୋଟେଲ ଛାଡ଼ି ଟାଉନ୍ ବସ୍ , ଅଟୋ ଜରିଆରେ ଷ୍ଟେସନ୍ ଓ ବସ୍ କୁ ଯାଉଥିବାର ଦେଖିବାକୁ ମିଳିଛି ।