କନକ ବ୍ୟୁରୋ : ସଙ୍କଟରେ ୧୯୪୬ରେ ଆଖୁ ଚାଷୀଙ୍କ ଅଂଶ ଧନକୁ ନେଇ ଗଢି ଉଠିଥିବା ସର୍ବପୁରାତନ ଆସିକା ଚିନି ଶିଳ୍ପ । ପରିଚାଳନା ଗତ ତ୍ରୁଟି, ଶ୍ରମିକ ଅଶାନ୍ତି ସହ କଂଚାମାଲର ଅଭାବ କାରାଖାନା ପ୍ରତି ବିପଦ ସୃଷ୍ଟି କରିଛି । ବର୍ତମାନ ସରକାର ଏହାକୁ ସଜାଡିବାକୁ ପ୍ରୟାସ କରୁଛି । ଚିନି କଳ ସଂପର୍କରେ ଆସିକା ସାଂସଦ ଓ ବିଧାୟକଙ୍କ ମନ୍ତବ୍ୟ ପରେ ଆଶା ସଂଚାର ହୋଇଛି ।

Advertisment

ସର୍ବପୁରାତନ ଚିନି କଳକୁ କାଳ ହୋଇଛି କଂଚମାଲର ଅଭାବ । ପରିଚାଳନା ଗତତ୍ରୁଟି, ଶ୍ରମିକ ଅଶାନ୍ତି ସହ କଂଚାମାଲ ଅଭାବ ଯୋଗୁଁ ବିପଦ ଆଡକୁ ଟାଣି ହୋଇଯାଉଛି କାରଖାନା। ଚିନି କଳର ପ୍ରମୁଖ କଞ୍ଚାମାଲ ଆଖୁ । ଆସିକା ସମେତ ୧୬ଟି ବ୍ଲକରେ ଚାଷୀ ବ୍ୟାପକ ମାତ୍ରାରେ ଆଖୁ ଚାଷ କରୁଥିଲେ । ବେସ୍ ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲେ  ହେଲେ ଏବେ ଲାଭ କମିବା ସହ ସବସିଡ ପ୍ରଦାନରେ ସମସ୍ୟା ଯୋଗୁଁ ଚାଷୀ ଆଖୁ ଚାଷ ଛାଡି ଅନ୍ୟ ଆଡ଼କୁ ମୁହାଁଇଛନ୍ତି । ଯାହାର ସିଧାସଳଖ ପ୍ରଭାବ ଚିନିଶିଳ୍ପ ଉପରେ ପଡ଼ିଛି ।

ଆଖୁକୁ ବ୍ୟବହାର କରି ଆସିକା ଚିନି କଳରେ ଚିନି, ଗୁଡ ଓ ଆଲ୍‌କହଲ୍ ପ୍ରସ୍ତୁତ ହୋଇଥାଏ । ବର୍ଷକୁ ୨ ଲକ୍ଷ ମେଟ୍ରିକ୍ ଟନ୍ ଆଖୁ ପେଡ଼ା ଯାଉଥିଲା । ୨୦୨୨-୨୩ ଆର୍ଥିକ ବର୍ଷରେ ୩୮ହଜାର ଟନ୍ ଆଖୁ ପେଡ଼ା ହୋଇଥିଲା । ୨୦୨୩-୨୪ରେ ୪୦ ହଜାରରୁ ଅଧିକ ଟନ୍ ପେଡ଼ା ଯାଇଛି । ଯଦି ଏହିପରି ଭାବେ କମି ଚାଲେ, ତେବେ ଆଗକୁ ସର୍ବପୁରାତନ ଚିନି କଳଟି ବନ୍ଦ ହୋଇଯିବାର ଆଶଙ୍କା ରହିଛି । ଚିନି ଶିଳ୍ପର ଆର୍ଥିକ ସୁଧାର ପାଇଁ ଅଖୁ ଚାଷକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି । ଆସିକା ଚିନି ଶିଳ୍ପକୁ ଏକ ଅଗ୍ରଣୀ ଶିଳ୍ପ ଭାବେ ପରିଗଣିତ କରିବାକୁ ସଂକଳ୍ପ ନିଆଯାଇଛି। ଚିନି ଶିଳ୍ପର ଆମୁଳ ଚୁଳ ପରିବର୍ତନ ଆବଶ୍ୟକ । ଶିଳ୍ପର ଥିବା ପୁରୁଣା ଋଣ ଛାଡ କଲେ କଳ ତିଷ୍ଠି ପାରିବ ବୋଲି କହିଛନ୍ତି ଏହାର ମେନେଜିଙ୍ଗ୍ ଡାଇରେକ୍ଟର ।