ମହାରାଷ୍ଟ୍ର ପୁନେରେ ଘରୋଇ ହେଲିକପ୍ଟର ଦୁର୍ଘଟଣା । ପାଇଲଟ ଗୁରୁତର, ଅନ୍ୟ ୩ ଜଣ ସାମନ୍ୟ ଆହାତ

ମୁମ୍ବାଇରୁ ହାଇଦ୍ରାବାଦ ଯିବାବେଳେ ପୁଣେର ପୌଡ ଗାଁରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। କ୍ରାସରେ ୪ଜଣ ଆହତ ହୋଇଛନ୍ତି।

flight

କନକ ବ୍ୟୁରୋ : ମହାରାଷ୍ଟ୍ରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ମୁମ୍ବାଇରୁ ହାଇଦ୍ରାବାଦ ଯିବାବେଳେ ପୁଣେର ପୌଡ ଗାଁରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। କ୍ରାସରେ ୪ଜଣ ଆହତ ହୋଇଛନ୍ତି। ହେଲିକେପ୍ଟରର ପାଇଲଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୩ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ପ୍ରବଳ ବର୍ଷ ଓ ପବନ ଯୋଗୁ ସୃଷ୍ଟି ହୋଇଥିବା ଖରାପ ପାଗରେ ଅଘଟଣ ଘଟିଛି। କ୍ୟାପ୍ଟେନଙ୍କୁ ମିଶାଇ ହେଲିକପ୍ଟରରେ ମୋଟ ୪ ଜଣ ଯାତ୍ରୀ ଥିଲେ। ପୌଡ ଗାଁ ନିକଟ ଜଙ୍ଗଲ ଭିତରେ ଏହି କ୍ରାସ ହୋଇଛି। ମିଳିଥିବା ପ୍ରାଥମିକ ସୂଚନାରେ କୁହାଯାଇଛି ଯେ ଏଡବ୍ଲୁ ୧୩୯ହେଲିକପ୍ଟରଟି ମୁମ୍ବାଇରୁ ଉଡ଼ାଣ ଭରିଥିଲା। ଏହା ହାଇଦ୍ରାବାଦ ଯାଉଥିଲା। କିନ୍ତୁ ଅଧା ବାଟରେ ଖରାପ ପାଗ ଯୋଗୁ ପୁଣେର ପୌଡ ଅଞ୍ଚଳରେ ଏହା  ଦୁର୍ଘଟଣାଗ୍ରସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe